ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ୮ ଆକ୍ରାନ୍ତ ଘରେ ସଂଗରୋଧରେ ଥିବା ବେଳେ ୫ ଜଣ ସ୍ଥାନୀୟ ଆକ୍ରାନ୍ତ

823

କନକ ବ୍ୟୁରୋ : ଭୁବନେଶ୍ୱର କରୋନା ତାଲିକାରେ ଯୋଡି ହେଲେ ଆଉ ୧୩ ଜଣ ଜଣ ଆକ୍ରାନ୍ତ । ୫ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ଘରେ ସଂଗରୋଧରେ ଥିଲେ ୮ ଜଣ ଆକ୍ରାନ୍ତ । ସାଲିଆ ସାହିକୁ ପୁଣି ଫେରିଛି କରୋନା ଭୟା । ଆଜି ସାଲିଆ ସାହୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ରେଲୱେ କର୍ମଚାରୀ । ସେହିଭଳି ଖଣ୍ଡଗିରି ଶ୍ରଦ୍ଧାପାଲ୍ଲୀ ବସ୍ତିରୁ ଜଣେ ମହିଳା, ଓଲଡ୍ ଟାଉନ୍ ଭିମଟାଙ୍ଗୀରୁ ଜଣେ ପୁରୁଷ, ନିଳାଦ୍ରୀବିହାରରୁ ଜଣେ ୫୫ ବର୍ଷିୟ ବ୍ୟକ୍ତି, ଜୟଦେବ ବିହାରର ୧୮ ବର୍ଷିୟ ଯୁବତୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି ।

ଏମାନେ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ଘରେ ସଂଗରୋଧରେ ଥିବା ୮ ଜଣ ହେଉଛନ୍ତି, ଟଙ୍କପାଣୀ ରୋଡର ୫ ଜଣ, ସାମନ୍ତରାପୁର ନୂଆଗାଁର ୨ ଜଣ ଏବଂ ୟୁନିଟ ୱାନର ଜଣେ ଯୁବକ ଭୂତାଣୁ ସଂକ୍ରମିତ । ସଂଗରୋଧରେ ଥିବା ୮ ଜଣଙ୍କ ମଧ୍ୟରୁ ୭ ଜଣ ପୁରୁଣା ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିଲେ । ୟୁନିଟ-୧ ଅଂଚଳର ଯୁବକ ନିକଟରେ ବାଙ୍ଗାଲୁରୁରୁ ଫେରି ଘରେ ସଂଗରୋଧରେ ଥିଲେ ।