ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଣ୍ଟରରେ ୧୩ ମାଓବାଦୀ ନିହତ : ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ବେଳେ ଏନକାଉଣ୍ଟର

152

କନକ ବ୍ୟୁରୋ : ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ବେଳେ ଏନକାଉଣ୍ଟର । ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଣ୍ଟରରେ ୧୩ ମାଓବାଦୀ ନିହତ । ଗଡଚିରୋଲି ଏଟାପାଲି ଜଙ୍ଗଲରେ ଗୁଳି ବିିନିମୟ ଜାରି ରହିଛି । ମହାରାଷ୍ଟ୍ର ସି-୬୦ ଯବାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ୧୩ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଯବାନ । ଗଡଚିରୋଲି ଡିଆଇଜି ସନ୍ଦୀପ ପାଟିଲ ଏ ନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ସେହି ଅଞ୍ଚଳରେ ପୋଲିସ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଛି ।

ଶନିବାର ପୂର୍ବାହ୍ନରେ ଗଡଚିରୋଲି ପୋଲିସର ସି -୬୦ କମାଣ୍ଡୋ ଟିମ୍ ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଥିବା ବେଳେ ପ୍ରଥମ ମୁକାବିଲା ହୋଇଥିଲା । ବିଭିନ୍ନ ସ୍ଥାନରେ ଜଙ୍ଗଲରେ ଲୁଚି ରହିଥିବା ପ୍ରାୟ ୫୦-୬୦ ମାଓବାଦୀଙ୍କ ସହ ଏନକାଉଣ୍ଟର ହୋଇଥିଲା ଏବଂ ଗୁଳି ବିନିମୟ ହୋଇଥିଲା । ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ପରେ ପୋଲିସ ଏହାର ଆଖପାଖ ଅଞ୍ଚଳରେ ଅନୁସନ୍ଧାନ କରିଥିଲା ​​ଏବଂ ୩ଟି ବୋମା, ୩୦୩ ରାଇଫଲ ମାଗାଜିନ, ଲାଇଭ କାର୍ଟ୍ରିଜ, ବଣ୍ଡଲ ତାର, ବଣ୍ଡଲ ଫାୟାର କ୍ରାକର ବୋମା, ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଥିଲା ।