ମାଡି ଚାଲିଛି ମହାମାରୀ: ଦିନକରେ ୧୭୩୪ ଆକ୍ରାନ୍ତ, ୧୩ ମୃତ; ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

1,025

କନକ ବ୍ୟୁରୋ: ରାଜ୍ୟରେ କରୋନା ମହାମାରୀର ବିସ୍ଫୋରକ ସ୍ଥିତି । ଗତ ୨୪ ଘଂଟାରେ ରାଜ୍ୟରେ ୧୭ ଶହ ୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ଫଳରେ ରାଜ୍ୟର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫ ହଜାର ୯୨୭କୁ ବୃଦ୍ଧି ପ୍ଧବଥିବା ବେଳେ କରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୨୭୨ରେ ପହଂଚିଛି ।

ସେପଟେ ଆଜି ମୃତ୍ୟୁବରଣ କରିଥିବା ୧୩ ଜଣ ମୃତକଙ୍କ ମଧ୍ୟରୁ କେବଳ ୬ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ବାଲେଶ୍ୱର, ବରଗଡ, ନୟାଗଡ, କୋରାପୁଟ, ଭୁବନେଶ୍ୱର ଏବଂ ଖୋର୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ୧୭୩୪ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଂଟିନ୍ କେନ୍ଦ୍ରରୁ ଏକ ହଜାରେ ୭୫ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଂଟାକ୍ଟ ୬୫୯ଜଣ ଚିହ୍ନଟ ହୋଇଛନ୍ତି । ୨୯ଟି ଜିଲ୍ଲାରୁ ୧୭୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ୩୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଂଜାମରୁ ୨୨୨ଜଣ, କଟକରୁ ୧୭୭ଜଣ, ସୁନ୍ଦରଗଡ଼ରୁ ୧୨୬ଜଣ, ନୟାଗଡ଼ରୁ ୧୦୬ଜଣ ଗଜପତିରୁ ୮୫ଜଣ, ପୁରୀରୁ ୫୫ଜଣ କୋରାପୁଟରୁ ୬୦ଜଣ, ମାଲକାନାଗିରିରୁ ୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳରୁ ୫୯ଜଣ, ମୟୁରଭଂଜରୁ ୩୫ଜଣ ଯାଜପୁରରୁ ୩୮ଜଣ କଳାହାଣ୍ଡିରୁ ୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ହଜାର ୯୨୭ ହୋଇଥିବା ବେଳେ ସୋମାନଙ୍କ ମଧ୍ୟରୁ ୩୦ହଜାର ୨୪୧ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି । ୧୫ହଜାର ୩୬୫ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।