ପାର୍କିଂ ଟ୍ରକ୍‌କୁ ଧକ୍କା ଦେଲା ମିନି ବସ୍‌: ୧୩ ମୃତ, ୪ ଆହତ

Advertisment
ପାର୍କିଂ ଟ୍ରକ୍‌କୁ ଧକ୍କା ଦେଲା ମିନି ବସ୍‌: ୧୩ ମୃତ, ୪ ଆହତ

କନକ ବ୍ୟୁରୋ: ଆଜି ଭୋର ସମୟରେ କର୍ଣ୍ଣାଟକର ପୁଣେ-ବେଙ୍ଗାଲୁର ରାଜପଥରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏକ ମିନି ବସ୍ ଏକ ପାର୍କିଂ ଟ୍ରକକୁ ଧକ୍କା ଦେବା ପରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଘଟଣାରେ ୧୩ ଜଣଙ୍କୁ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ସମୟରେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ହାଭେରୀ ଜିଲ୍ଲାର ଗୁଣ୍ଡେନାହାଲି କ୍ରସିଂ ନିକଟରେ ସକାଳ ୩.୪୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା ଏବଂ ମିନି ବସ୍‌ରେ ସମୁଦାୟ ୧୭ ଜଣ ଲୋକ ଯାତ୍ରା କରୁଥିଲେ। ଶିବାମୋଗା ବାସିନ୍ଦା ପୀଡ଼ିତମାନେ ତୀର୍ଥଯାତ୍ରା ପାଇଁ ବେଲାଗାଭି ଜିଲ୍ଲାକୁ ଯାଇ ଘରକୁ ଫେରୁଥିଲେ। ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି।ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଅବସ୍ଥା ଗୁରୁତର ଥିବା ପୁଲିସ କହିଛି। ଦୁର୍ଘଟଣାର କାରଣ ଜଣା ପଡି ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଅନୁମାନ କରାଯାଉଛି ଯେ ମିନି ବସର ଡ୍ରାଇଭର୍‌ ଶୋଇପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe