ନିର୍ବାଚନ ପୂର୍ବରୁ ଘର ସଜାଡୁଛି କଂଗ୍ରେସ । ବଦଳିଲେ ୧୩ ଜିଲ୍ଲା ସଭାପତି, ୩୫ ସାଂଗଠନିକ ଜିଲ୍ଲା ଜଗିବେ ମୁଖିଆ । ସେପଟେ ଆଜି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ ।

139

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଘର ସଜାଡୁଛି କଂଗ୍ରେସ । ବଦଳିଛନ୍ତି ୧୩ ଜିଲ୍ଲା ସଭାପତି । ଗୋଟିଏ ପଟେ ନିର୍ବାଚନ ପାଇଁ ଅନାଲାଇନ ଟିକେଟ ଆବେଦନ ପ୍ରକ୍ରିୟା କରି ଦଳୀୟ ନେତାଙ୍କ ମନରେ ଜୋଶ ଭରିଛି କଂଗ୍ରେସା ଅନ୍ୟପଟେ ଜିଲ୍ଲା ସଭାପତି ପରିବର୍ତନ କରି ଦଳକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ଦଳ । ରାଜ୍ୟରେ ୩୦ଟି ଜିଲ୍ଲାରେ ରହିଛି । କିନ୍ତୁ କଂଗ୍ରେସ ୩୫ଟି ସାଂଗଠନିକ ଜିଲ୍ଲା ତିଆରି କରିଛି । ଏହି ସବୁ ଜିଲ୍ଲାରେ ବି ସଭାପତି ନିଯୁକ୍ତି କରିଛି । ଗଂଜାମ, ମୟୂରଭଞ୍ଜ ଦୁଇଟି ବଡ ଜିଲ୍ଲା ହୋଇଥିବାରୁ କଂଗ୍ରେସ ଏଠାରେ ପୂର୍ବ ପଶ୍ଚିମ ଜିଲ୍ଲା ଭାବେ ଦୁଇ ଜଣଙ୍କୁ ସାଂଗଠନିକ ଜିଲ୍ଲା ସଭାପତି ନିଯୁକ୍ତ କରିଛି ।