source : Zee News
ପାକିସ୍ତାନର ମୁଲତାନ ଜିଲ୍ଲାରେ ବୁଧବାର ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ଦ୍ୱାରା ୧୩ ଲୋକଙ୍କ ମୃତ୍ୟୁ ହୋଇଯାଇଛି ଓ ଅନେକ ଲୋକ ଆହତ ହୋଇଛନ୍ତି । ସୂଚନା ମୁତାବକ, ଗୋଟିଏ ଗୋଷ୍ଠୀ ଇଦର ନମାଜ ପରେ ମସଜିଦରୁ ବାହାରୁଥିବା ଅନ୍ୟ ସମୁହଙ୍କ ଉପରେ ଆଖିବୁଜା ଗୁଳିବର୍ଷା କଲେ ।
ଏହାପରେ ଉଭୟ ପକ୍ଷରୁ ଗୁଳିବର୍ଷା ହୋଇଥିଲା, ଯେଉଁଥିରେ ୯ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଓ ଅନେକ ଆହତ ଅଛନ୍ତି । ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠି ୪ଜଣଙ୍କ ମୃତ୍ୟୁ ହୋଇଯାଇଛି । ଲୁଟ କରୁଥିବା ଦୁଇ ସମୁହଙ୍କ ମଧ୍ୟରେ ପୁରୁଣା ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ଜଣାପଡୁଛି । ଯାଂଚ ପାଇଁ ଏହି ଅଂଚଳକୁ ଘେରାଉ କରାଯାଇଛି ।
  
 Follow Us
                            
                        
                            
                            /kanak/media/post_attachments/wp-content/uploads/2019/06/RTR3H2GQ_Fayaz-Aziz_Peshawar-blast-army-gun-300x200.jpg)