ରାଜ୍ୟରେ ବଢୁଛି ‘କରୋନା’ର କାୟା । ଗତ ୨୪ ଘଂଟାରେ ୩ ହାଜର ୩୭୧ ଆକ୍ରାନ୍ତ, ୧୩ ମୃତ । ସୁନ୍ଦରଗଡ-ସମ୍ବଲପୁରରୁ ୩ଜଣ ଲେଖାଏଁ , କଟକ-ଗଂଜାମରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ

ଖୋର୍ଦ୍ଧା, କେନ୍ଦୁଝର ଏବଂ ପୁରୀରୁ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା

340

କନକ ବ୍ୟୁରୋ: ରାଜ୍ୟରେ ୨୪ ଘଂଟାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡରୁ ୩ଜଣ, ସମ୍ବଲପୁରରୁ ୩ଜଣ, କଟକରୁ ୨ଜଣ, ଗଂଜାମରୁ ୨ ଜଣ, ଖୋର୍ଧା, କେନ୍ଦୁଝର ଏବଂ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ, ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ୨୪ଘଂଟା ଭିତରେ ୩ହଜାର ୩ଶହ ୭୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୨ହଜାର ୫୩ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ଶହ ୧୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୫୪୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୬୩ଜଣ, ବାଲେଶ୍ୱରରୁ ୯୮ ଜଣ, ବରଗଡ଼ରୁ ୯୮ଜଣ, ଭଦ୍ରକରୁ ୧୧୪ଜଣ ଏବଂ ବଲାଙ୍ଗିରରୁ ୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧରୁ ୪ଜଣ, କଟକରୁ ୩୫୭ଜଣ, ଦେବଗଡ଼ରୁ ୮ଜଣ, ଢେଙ୍କାନାଳରୁ ୬୭ଜଣ, ଗଜପତିରୁ ୪୧ଜଣ, ଗଂଜାମରୁ ୧୯୬ଜଣ, ଜଗତସିଂହପୁରରୁ ୯୫ଜଣ, ଯାଜପୁରରୁ ୧୭୩ଜଣ,ଜଣ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ାରୁ ୯୩ଜଣ, କଳାହାଣ୍ଡିରୁ ୨୮ଜଣ, କନ୍ଧମାଳରୁ ୪୧ଜଣ, କେନ୍ଦ୍ରାପଡ଼ାରୁ ୭୬ଜଣ, କେନ୍ଦୁଝରରୁ ୭୪ଜଣ, କୋରାପୁଟରୁ ୯୧ଜଣ ମାଲକାନାଗିରିରୁ ୧୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୁରଭଂଜରୁ ୯୨ଜଣ, ନବରଙ୍ଗପୁରରୁ ୬୫ଜଣ, ନୟାଗଡ଼ରୁ ୧୭୧ ଜଣ ନୂଆପଡ଼ାରୁ ୧୫ଜଣ, ପୁରୀରୁ ୧୪୪ଜଣ, ରାୟଗଡ଼ାରୁ ୧୪୬ଜଣ ସମ୍ବଲପୁରରୁ ୧୦୭ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡ଼ରୁ ୧୫୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ହଜାର ୬୦୨ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୫୯ହଜାର ୪୭୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୭ହଜାର ୬୩୮ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।