୧୩ କୁମ୍ଭମେଳା ଫେରନ୍ତାଙ୍କୁ କରୋନା । ୩୦ଟି ନମୁନା ମଧ୍ୟରୁ ୧୩ ପଜିଟିଭ୍ 

112

କନକ ବ୍ୟୁରୋ : ୧୩ କୁମ୍ଭମେଳା ଫେରନ୍ତାଙ୍କୁ କରୋନା । କୁମ୍ଭମେଳାରୁ ଫେରିଥିବା କଟକର ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୦ଟି ନମୁନା ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକ ରେଳ ଷ୍ଟେସନରେ ଯାଞ୍ଚ ବେଳେ ପଜିଟିଭ୍ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।  

କୁମ୍ଭମେଳା ଯାଇଥିବା ଲୋକଙ୍କୁ ନେଇ ରାଜ୍ୟ ସରକାର ପୂର୍ବରୁ ଚିନ୍ତା ପ୍ରକଟ କରିଥିଲେ । ରାଜ୍ୟକୁ ଫେରିବା ପାଇଁ କରୋନାର ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା । ଆଉ ଏବେ କୁମ୍ଭ ମେଳାରୁ ଫେରିଥିବୂା ୩୦ଜଣ ଲୋକଙ୍କ ମଧ୍ୟରୁ ୧୩ଜଣ ଲୋକ କରୋନା ପଜିଟିଭ୍ ଆସିବା, ନିହାତି ଭାବେ ଚିନ୍ତାଜନକ ବିଷୟ ।