ସାଧାରଣତଃ ବାପାଙ୍କ ସଂପତ୍ତିର ଉତ୍ତରାଧିକାରୀର ହକ୍ ପୁଅକୁ ହିଁ ମିଳିଥାଏ । ଝିଅ ବି ବାପାଙ୍କ ସଂପତ୍ତିରେ ହକ୍ ରଖିଥାନ୍ତି , କିନ୍ତୁ ସମାଜ ଆଗରେ ପ୍ରଥମେ ପୁଅକୁ ହିଁ ଏହି ହକ୍ ଦିଆଯାଏ । କିନ୍ତୁ ଆଇନ୍ ଅନୁସାରେ ଝିଅଙ୍କୁ ମଧ୍ୟ ସମ୍ବିଧାନ ଏହି ଅଧିକାର ଦେଇଛି ଯାହାଦ୍ୱାରା ବାପାଙ୍କ ସଂପତ୍ତିରେ ଝିଅର ମଧ୍ୟ ସମାନ ପରିମାଣରେ ଅଂଶୀଦାର ରହିବ ।
କିନ୍ତୁ ଏଥିରେ ମା’ଙ୍କୁ ତଥା ସଂପତ୍ତିଧାରକଙ୍କ ପତ୍ନୀର ଅଧିକାର ନଥାଏ । ମା’ ନିଜ ପୁଅଝିଅଙ୍କ ସଂପତ୍ତିରେ ବରାବର୍ ହକଦାର୍ ମନାଯାଏ । ସମ୍ପତ୍ତିରେ ପ୍ରଥମ ଅଧିକାର ମା’,ପତ୍ନୀ ଏବଂ ସନ୍ତାନଙ୍କର ରହିଥାଏ । ଯଦି ଏମାନଙ୍କ ଭିତରୁ କେହି ଜୀବିତ ନଥାନ୍ତି ତେବେ ସଂପତ୍ତି ବାପାଙ୍କ ଅଧିକାରକୁ ଚାଲିଯାଏ । କୌଣସି ବ୍ୟକ୍ତିଙ୍କ ସଂଚୟପୁଞ୍ଜି ନ ହେବା ପରେ ବି ତାଙ୍କ ସଂପତ୍ତି ଏହି ଲୋକଙ୍କ ଅଧିନକୁ ଚାଲିଯିବ । ଏମାନଙ୍କ କ୍ଲାସ୍ -୧ ଶ୍ରେଣୀ ସଂପର୍କୀୟ ବୋଲି ମନାଯାଇଛି ଏବଂ ପ୍ରଥମ ଅଧିକାର ଦିଆଯାଇଛି ।
ବାପାଙ୍କୁ କ୍ଲାସ୍ -୨ ଶ୍ରେଣୀଭୁକ୍ତ କରାଯାଇଛି : ସଂପତ୍ତିରେ ପ୍ରଥମ ଅଧିକାର କ୍ଲାସ୍ -୧ ଶ୍ରେଣୀ ସଂପର୍କୀୟଙ୍କ ଥିବାବେଳେ ପିତା କ୍ଲାସ୍ -୨ ଶ୍ରେଣୀରେ ସାମିଲ୍ ହୋଇଥାନ୍ତି । ଏହାର ଅର୍ଥ କ୍ଲାସ୍ -୧ ଶ୍ରେଣୀଭୁକ୍ତ ସଂପର୍କୀୟଙ୍କ ଅନୁପସ୍ଥିତିରେ ହିଁ ସଂପତ୍ତି କ୍ଲାସ୍ -୨ ଶ୍ରେଣୀ ଲୋକଙ୍କୁ ଯିବ । ଏଥିରେ ମୃତକଙ୍କ ବାପାଙ୍କ ଛଡା ପୁଅ କିମ୍ବା ବୋହୂଙ୍କ ସନ୍ତାନ,ଭାଇ-ଭଉଣୀ,ଜେଜେ-ଜେଜେମା’,ବାପା ଏବଂ ମା’ ଆଦି ସଂପର୍କୀୟ ସାମିଲ୍ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/dreamstime_m_66892896-e1462958182488-768x414-1.jpg)
/kanak/media/post_attachments/wp-content/uploads/2019/03/law-1-300x236.jpg)
/kanak/media/post_attachments/wp-content/uploads/2019/03/Indian-family-guest-e1473843186878-300x147.jpg)