ଦ୍ୱାଦଶ ଫେଲ୍ ଯୁବକ ଗୁଗଲକୁ ପଚାରୁଥିଲେ କ’ଣ କରିବେ ବୋଲି, ହେଲେ ଏବେ ସେ କୋଟିପତି ବ୍ୟବସାୟୀ । ଜାଣନ୍ତୁ କେମିତି

ଦ୍ୱାଦଶ ଫେଲ୍ ଯୁବକ ଗୁଗଲକୁ ପଚାରୁଥିଲେ କ’ଣ କରିବେ ବୋଲି, ହେଲେ ଏବେ ସେ କୋଟିପତି ବ୍ୟବସାୟୀ । ଜାଣନ୍ତୁ କେମିତି

source : India Today

୧୭ବର୍ଷ ବୟସରେ ଅଧିକାଂଶ ପିଲା କଲେଜରେ ଆଡମିସନ୍ ନେଇ ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇ ଥାଆନ୍ତି। ସେହିପରି ୧୭ବର୍ଷର ବୟସରେ ପିଲା ବି ନିଜର ପ୍ରଥମ ଷ୍ଟାର୍ଟଅପ୍ ବି ଲଞ୍ଚ କରି ଦେଇ ଥାଆନ୍ତି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

publive-image

ଆଜି ଆମେ ଦିଲ୍ଲୀରେ ବସବାସ କରୁଥିବା ଦ୍ୱାଦଶ ଶ୍ରେଣୀ ଫେଲ୍ ରିଷଭ୍ ଲଓ୍ଵାନିୟାଙ୍କ କଥା କହିବାକୁ ଯାଉଛି। ରିଷଭ ଦ୍ୱାଦଶ ଶ୍ରେଣୀ ଫେଲ୍ ହୋଇ ମଧ୍ୟ ହାର ନ ମାନି ଏକ କମ୍ପାନି WeeTracker ଚଳାଉଛନ୍ତି। ଯାହାର ସେ ଏମଡି ଏବଂ ସିଇଓ ମଧ୍ୟ। ରିଷଭ ଏବେ ୨୪ବର୍ଷରେ ପ୍ରଦାର୍ପଣ କରିସାରିଛନ୍ତି।

publive-image

ନିଜ ପିତାଙ୍କ ଭଳି ରିଷଭ ଜଣେ ସିଭିଲ୍ ଇଞ୍ଜିନିୟର ବନିବାକୁ ଇଚ୍ଛା ରଖିଥିଲେ। କିନ୍ତୁ ଦ୍ୱାଦଶ ଶ୍ରେଣୀ ଫେଲ୍ ହେବାପରେ ତାଙ୍କ ଆଶା ଆକାଂକ୍ଷା ସବୁ କିଛି ଯେପରି ପାଣି ଫୋଟକା ପରି ମେଳାଇ ଯାଇଥିଲା। ସେତେବେଳ ସେ ଗୁଗଲକୁ ସବୁବେଳେ ପଚାରୁ ଥିଲେ କି ଏବେ ସେ କ’ଣ କରିବେ? ଏମିତି କିଛି ଦିନ ଗଲା ପରେ ୧୭ବର୍ଷ ବୟସରେ ୨୦୧୦ରେ ସେ ନିଜର ଏକ ଷ୍ଟାର୍ଟଅପ୍ ‘ରେଡ୍ କାର୍ପେଟ’ ଆରମ୍ଭ କରିଥିଲେ। ଏହା ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନି ଥିଲା। ଏହାପରେ ଅର୍ଥାତ୍ ୨୦୧୩ରେ ସେ JusGetIT ଲଞ୍ଚ କରିଥିଲେ। ଯାହାକି ଏକ ଲାଜିଷ୍ଟିକ୍ ଷ୍ଟାର୍ଟଅପ ଥିଲା। ରିଷଭ ଏବେ ସାଉଥ୍ ଆଫ୍ରିକାରେ ନିଜର ବ୍ୟବସାୟକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe