ମୋବାଇଲ ଟର୍ଚ୍ଚରେ ଖାତାଦେଖା ଘଟଣା: ସିଏଚଏସଇ କହିଲା, ଖାତାର ହେବ ପୁନଃ ଯାଂଚ, ଗାଇଡଲାଇନର ହୋଇଛି ଉଲ୍ଲଂଘନ

ମୋବାଇଲ ଟର୍ଚ୍ଚରେ ଖାତାଦେଖା ଘଟଣା: ସିଏଚଏସଇ କହିଲା, ଖାତାର ହେବ ପୁନଃ ଯାଂଚ, ଗାଇଡଲାଇନର ହୋଇଛି ଉଲ୍ଲଂଘନ

କନକ ବ୍ୟୁରୋ: ବାରିପଦା କଲେଜରେ ମୋବାଇଲ ଲାଇଟରେ ଯୁକ୍ତ ଦୁଇ ଖାତା ଦେଖା ଘଟଣା ପଦାକୁ ଆସିବା ପରେ ଖାତାର ପୁନଃଯାଂଚ ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏହାଛଡା ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହେବ । ପରିଷଦ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି ।

publive-image

ଏଥିରେ କୁହାଯାଇଛି ଯେ, ହଠାତ୍ ପବନ ଝଡ ପାଇଁ ଲାଇନ କଟିଯାଇଥିଲ । ଡିଜି ସେଟ୍ ନଥିବାରୁ ମୂଲ୍ୟାୟନ କେନ୍ଦ୍ର ଅନ୍ଧାରରେ ଥିଲା । ଏହି ସମୟରେ ସାଧାରଣତଃ ଖାତା ଦେଖାଯିବା କଥା ନୁହେଁ । ଅଫ ଲାଇନ କେନ୍ଦ୍ରରେ ମୋବାଇଲ ବ୍ୟାନ ଥିବାବେଳେ ଅଧ୍ୟାପକମାନେ ନେଇଯାଇଛନ୍ତି । ଏ ନେଇ ସଂପୃକ୍ତ ଜୋନ୍ ସୁପରଭାଇଜରଙ୍କଠାରୁ ତାଲିକା ମଗାଯାଇଛି । ଏହାପରେ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

publive-image

ଯୁକ୍ତ ଦୁଇ ଖାତା ଦେଖା ଚାଲିଥିବାବେଳେ ବାରିପଦା ଏମପିସି ଅଟୋନୋମସ କଲେଜରେ ଦେଖିବାକୁ ମିଳିଥିଲା ଏହି ଦାୟିତ୍ୱହୀନ କାର୍ଯ୍ୟ । ଘନ ଅନ୍ଧକାର ଭିତରେ ଖାତା ମୂଲ୍ୟାୟନ କେନ୍ଦ୍ର ଚାଲିଥିଲା । ମୋବାଇଲ ଟର୍ଚ୍ଚ ଆଲୁଅରେ ଖାତା ଦେଖୁଥିଲେ ମୂଲ୍ୟାଙ୍କନ କରୁଥିବା ଅଧ୍ୟାପକ । ଏହା ପରେ ସିଏଚଏସଇ କର୍ତୃପକ୍ଷ ମୁହଁ ଖୋଲିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe