ମୃତ୍ୟୁକୁ ମାତ ଦେବା ଭଳି ଡିଭାଇସ ନିର୍ମାଣ କଲେ ଏହି ଦ୍ୱାଦଶ ଶ୍ରେଣୀର ଛାତ୍ର : ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ କରିଥିବା ଆବିଷ୍କାର ଯୋଗୁଁ ଏବେ ସେ ପ୍ରଶଂସାର ପାତ୍ର । ଜାଣନ୍ତୁ ଡିଭାଇସ ବିଷୟରେ

56

ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ଆକଳନରୁ ଜଣାପଡିଛି, ଅଧିକାଂଶ ଦୁର୍ଘଟଣା ଦାୟିତ୍ୱହୀନତା ଯୋଗୁଁ ହୋଇଥାଏ । କିନ୍ତୁ ଏବେ ସେମିତି ଆଉ ହେବ ନାହିଁ । କାରଣ ସଡ଼କ ଦୁର୍ଘଟଣା ରୋକିବାକୁ ଏକ ନୂଆ ଆବିଷ୍କାର କରାଯାଇଛି । ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ଦ୍ୱାଦଶ ଶ୍ରେଣୀର ଛାତ୍ର ଆଦର୍ଶ ତିୱାରୀ ଏଭଳି ଏଭଳି ଏକ ଆବିଷ୍କାର କରିଛନ୍ତି, ଯାହା ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ଉପରେ ଅଙ୍କୁଶ ଲଗାଇପାରିବ ।

ବିଶେଷ କରି ଦୁର୍ଘଟଣାର ପ୍ରମୁଖ କାରଣ ଥାଏ ସିଟ ବେଲ୍ଟ ନ ଲଗାଇବା । ପୁଲିସ ପ୍ରଶାସନ ପକ୍ଷରୁ ଗାଡି ଚଳାଇବା ବେଳେ ସିଟ ବେଲ୍ଟର ଉପଯୋଗ କରିବାକୁ ଅନେକ ସଚେତନତା ଅଭିଯାନ କରାଯାଉଛି । ତଥାପି ଫଳ ଶୂନ । ତେଣୁ ଆଦର୍ଶ ଏକ କୈାଶଳର ବିକାଶ କରିଛନ୍ତି, ଯାହାକୁ ଗାଡିରେ ଲଗାଇବା ପରେ ଯେପର୍ଯ୍ୟନ୍ତ ସିଟ ବେଲ୍ଟ ଲଗାଯାଇନାହିଁ କିମ୍ବା ଡୋର ଭଲରେ ବନ୍ଦ କରାଯାଇନାହିଁ , ତାହା ଗାଡିକୁ ଷ୍ଟାର୍ଟ ହେବାକୁ ଦେବନି । ଫଳରେ ଗାଡିଚାଳକ ନିଜ ଜୀବନକୁ ବିପଦମୁଖକୁ ଠେଲିବା ଆଗରୁ ସିଟ ବେଲ୍ଟର ଉପଯୋଗ କରିବାକୁ ଅଭ୍ୟାସରେ ପରିଣତ କରିବେ । ଏହି ଡିଭାଇସର ନାମ ‘ସ୍ମାର୍ଟ ସିଟ ବେଲ୍ଟ ସିଷ୍ଟମ’ । ତାଙ୍କର ଏହି ଆବିଷ୍କାର ଯୋଗୁଁ ଏବେ ଚାରିଆଡେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।