ପ୍ରଥମ ଥର ହୃଦଘାତରୁ ବର୍ତ୍ତିବା ନିଶ୍ଚିତ ଭାବରେ ସୌଭାଗ୍ୟର କଥା। କିନ୍ତୁ ବେେଳେ ବେଳେ ଦ୍ୱିତୀୟ ହୃଦଘାତ ଘାତକ ସାବ୍ୟସ୍ତ ହୋଇଥାଏ। ଯଦି ଆପଣ ଥରଟିଏ ହୃଦ୍ଘାତର ଶିକାର ହୋଇସାରିଛନ୍ତି, ତେବେ ଦ୍ୱିତୀୟଟି ଯେଭଳି ନ ଆସୁ ସେ ଦିଗରେ ଉଦ୍ୟମ କରନ୍ତୁ। ଆସନ୍ତୁ ଜାଣିବା କିପରି ଆପଣ ଦ୍ୱିତୀୟ ହୃଦ୍ଘାତକୁ ଦୂରେଇ ରଖିପାରିବେ। ଏଥିଲାଗି ଆପଣଙ୍କୁ କିଛି ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।
୧- ଧୂମପାନ ଆପଣଙ୍କ ହୃତପିଣ୍ଡର ଶତ୍ରୁ। ଧୂମପାନ ଛାଡ଼ନ୍ତୁ। ଏହା ହୃଦ୍ଘାତ ଆଶଙ୍କାକୁ ୫୦ ପ୍ରତିଶତ କମାଇବ। ଯଦି ଧୂମପାନ କରୁ ନାହାନ୍ତି, ତେବେ ଅନ୍ୟ ଜଣେ ଧୂମପାନ କରୁଥିବା ସମୟରେ ତା’ଠାରୁ ଦୂରରେ ରହନ୍ତୁ। କାରଣ ପରୋକ୍ଷ ଧୂମପାନ ବି କ୍ଷତିକାରକ ହୋଇଥାଏ।
୨-ଖାଦ୍ୟକୁ ଜଗନ୍ତୁ। ସୁସ୍ଥ ହୃତପିଣ୍ଡ ଲାଗି ସ୍ୱାସ୍ଥ୍ୟପ୍ରଦ ଓ ସନ୍ତୁଳିତ ଆହାର ଜରୁରୀ। ଫଳ,ପନିପରିବା,ଡାଲି ଓ ମାଛ ଆଦି ନିୟମିତ ଖାଦ୍ୟରେ ସାମିଲ କରନ୍ତୁ।
୩- ବ୍ୟାୟାମ ଏକ ମହୋଷଧୀ। ହୃଦ୍ଘାତରୁ ଦୂରେଇ ରହିବା ଲାଗି ଦୈନିକ ଅତିକମ୍ରେ ୩୦ ମିନିଟ୍ ବ୍ୟାୟାମ କରନ୍ତୁ। ଏଥିରୁ ୨୦ ମିନିଟ୍ ଜୋରଦାର ବ୍ୟାୟାମ୍ କରିପାରନ୍ତି। ଏହା ଦ୍ୱାରା ହୃତ୍ପିଣ୍ଡକୁ ରକ୍ତ ସଂଚାଳନ ଠିକ୍ ହୋଇଥାଏ।
୪- ହୃଦଘାତକୁ ନା କହିବାକୁ ହେଲେ ଶରୀରରୁ କୋଲୋଷ୍ଟେରଲ୍ ପରିମାଣ କମାଇବା ଜରୁରୀ। ଏଥିପାଇଁ ଚର୍ବି ସୃଷ୍ଟି କାରୀ ଖାଦ୍ୟରୁ ଯଥା ସମ୍ଭବ ଦୂରେଇ ରହନ୍ତୁ। ଯଦି ମଦ୍ୟପାନ କରୁଛନ୍ତି, ତେବେ ଛାଡ଼ନ୍ତୁ ଓ ଶାରୀରିକ ଭାବେ ସକ୍ରିୟ ରହନ୍ତୁ।
୫- ଓଜନ ବୃଦ୍ଧି ହୃଦଘାତର କାରଣ ହୋଇପାରେ। ତେଣୁ ମେଦବୃଦ୍ଧି ହେଲେ ଡ଼ାକ୍ତରଙ୍କ ପରାମର୍ଶ କରନ୍ତୁ। ଦ୍ୱିତୀୟ ହୃଦଘାତରୁ ଦୂରେଇ ରହିବା ଲାଗି ଓଜନ୍ କମ୍ କରିବା ଏକାନ୍ତ ଆବଶ୍ୟକ। ଏଥିଲାଗି ଡାକ୍ତରଙ୍କ କହିବା ଅନୁଯାୟୀ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/chest-on-chest-chest-pain-chest-pain-heart-attack.jpg)
/kanak/media/post_attachments/wp-content/uploads/2018/08/Heart-attack-cannabis-777198-300x178-1-300x178.jpg)
/kanak/media/post_attachments/wp-content/uploads/2018/08/Heart-attack-risk-People-who-regularly-drink-alcohol-are-at-greater-risk-of-heart-attack-749590-1-300x178-1-300x178.jpg)