ଅଭିନେତା ଅକ୍ଷୟ କୁମାର୍ ହେଉଛନ୍ତି ବଲିଉଡର ସବୁଠାରୁ ବ୍ୟସ୍ତବହୁଳ ଅଭିନେତା । ଯେଉଁଠି ବାକି ସବୁ ଷ୍ଟାର୍ ବର୍ଷକୁ ଗୋଟିଏ କିମ୍ବା ଦୁଇଟି ସିନେମା କରନ୍ତି, ସେଠାରେ ଅଭିନେତା ଅକ୍ଷୟ କୁମାର୍ ୪ ରୁ ୫ଟି ଫିଲ୍ମ ଭେଟି ଦିଅନ୍ତି ଏବଂ ତାଙ୍କର ପ୍ରତ୍ୟେକ ସିନେମା ବକ୍ସ ଅଫିସରେ ହୁଏ ହିଟ୍ । ତେବେ ଅକ୍ଷୟ କୁମାର୍ ଖୁବଶୀଘ୍ର ତାମିଲ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କ ସହ ଫିଲ୍ମ ‘ଟୁ ପଏଂଟ୍ ଜିରୋ’ ରେ ନଜର ଆସିବେ । ଆଉ ତାଙ୍କ ଫ୍ୟାନ୍ସ ବି ଏନେଇ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ସିନେମା ‘ଟୁ ପଏଂଟ୍ ଜିରୋ’ ପାଇଁ । ହେଲେ ଏବେ ଆସିଛି ଏକ ବ୍ୟାଡ୍ ନ୍ୟୁଜ୍ ।
ନିର୍ଦ୍ଦେଶକ ଶଙ୍କରଙ୍କ ଏହି ବହୁ ପ୍ରତିକ୍ଷୀତ ସିନେମାର ପୁଣି ଘୁଂଚିଲା ରିଲିଜ୍ ଡେଟ୍ । ଆଗରୁ ଶୁଣା ଯାଉଥିଲା ସିନେମାଟି ଅଗଷ୍ଟ ମାସରେ ରିଲିଜ୍ ହେବ । ପରେ ଖବର ଆସିଲା ଫିଲ୍ମଟି ଅଗଷ୍ଟ ନୁହେଁ ନଭେମ୍ବର ମାସରେ ମୁକ୍ତିଲାଭ କରିବ । ହେଲେ ଏବେ ଶୁଣିବାକୁ ମିଳୁଛି ଚଳଚ୍ଚିତ୍ର ‘ଟୁ ପଏଂଟ୍ ଜିରୋ’ ନଭେମ୍ବରରେ ରିଲିଜ୍ ହେବ ନାହିଁ । ତେବେ ଦେଖିବାକୁ ବାକି ରହିଲା ବଲିଉଡର ଏହି ଦୁଇ ଦମଦାର ଷ୍ଟାରଙ୍କ ସିନେମା କେବେ ପ୍ରେକ୍ଷାଳୟକୁ ଆସୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/06/collageuse3.jpg)
/kanak/media/post_attachments/wp-content/uploads/2018/06/08-2-300x178.jpg)