ପୋଷ୍ଟ୍ ଅଫିସରେ ପୂରଣ କରନ୍ତୁ ଏହି ଫର୍ମ ! ପ୍ରତି ମାସରେ ବ୍ୟାଙ୍କ୍ ଆକାଉଣ୍ଟକୁ ଆସିବ ୩୦୦୦ ଟଙ୍କା ।

11,281

ଯଦି ଆପଣ ନିବେଶର କୌଣସି ଉକୃଷ୍ଟ ରାସ୍ତା ଚୟନ କରିବାକୁ ଚାହୁଁଛନ୍ତି ଯେଉଁଠି ଆପଣଙ୍କ ପୁଞ୍ଜି ସୁରକ୍ଷିତ ରହିବା ସହ ଏଥିରେ ଫାଇଦା ମଧ୍ୟ ମିଳୁଥିବ । ତେବେ ଏଥିପାଇଁ ପୋଷ୍ଟ୍ ଅଫିସ୍ ର ଏକ ସ୍କିମ୍ ଆପଣଙ୍କ ପାଇଁ ସର୍ବୋକୃଷ୍ଟ ହୋଇପାରେ । ପୋଷ୍ଟ୍ ଅଫିସର ଏହି ସ୍କିମରେ ନା କେବଳ ଆପଣଙ୍କ ସୁରକ୍ଷିତ ରହିବ ବରଂ ଆପଣଙ୍କ ଭଲ ରୋଜଗାର ମଧ୍ୟ ହେବ ।

 

ଏହି ସ୍କିମ୍ ସେହି ଲୋକଙ୍କ ପାଇଁ ସର୍ବୋକୃଷ୍ଟ ହୋଇପାରିବ ଯାହାର ରୋଜଗରେ ସାଧନ କମ୍ ହୋଇଥିବ । ଆପଣ ଯଦି ୧ ଲକ୍ଷ ଜମା କରନ୍ତି ତେବେ ପ୍ରତିମାସରେ ଆପଣଙ୍କୁ ଏହାର ସୁଧ ମିଳିବ । ଏହି ସ୍କିମ୍ ହେଉଛି ପିଓଏମଆଇଏସ୍ । ଏହା ଏଭଳି ଏକ ସରକାରୀ ସ୍କିମ୍ ଯେଉଁଥିରେ ଥରେ ଟଙ୍କା ଜମା କଲେ ପ୍ରତିମାସରେ ଭଲ ଆୟ ହୋଇଥାଏ । ଏକ୍ସପର୍ଟ ଏହି ଯୋଜନାକୁ ନିବେଶର ସବୁଠାରୁ ଭଲ ବିକଳ୍ପ ବୋଲି କହିଥାନ୍ତି କାରଣ ଏଥିରେ ୪ ଟି ବଡ ଫାଇଦା ରହିଥାଏ ।

୧ . ଏହି ସ୍କିମକୁ ଯେ କେହି ବି ଖୋଲିପାରିବେ ଯେଉଁଥିରେ ଜମା ପୁଞ୍ଜି ସ୍ଥଗିତ ରହିବ ।

୨ . ବ୍ୟାଙ୍କ ଏଫଡି କିମ୍ବା ଡେଟ୍ ଇନଷ୍ଟ୍ରୁମେଣ୍ଟ୍ ର ତୁଳନାରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବ ।

୩ . ପ୍ରତିମାସରେ ଏକ ନିଶ୍ଚିତ ଆୟ ଆପଣଙ୍କର ଥାଏ ।

୪ . ସ୍କିମ୍ ପୁରା ହେବା ପରେ ଆପଣଙ୍କ ପୁରା ଜମା ପୁଞ୍ଜୀ ମିଳିଯାଏ ।