ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ,ନଚେତ୍ ଆପଣ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି !

287

ଧୂମପାନ ଯେ ସ୍ୱାସ୍ଥ୍ୟପଯୋଗୀ ନୁହଁ ଏହା ସମସ୍ତେ ଜାଣିଛନ୍ତି କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ,କେବଳ ଧୂମପାନ କରୁଥିବା ବ୍ୟକ୍ତିଙ୍କ ସହ ୧ ଘଣ୍ଟା ବିତାଇଲେ ମଧ୍ୟ ଆପଣ ଭୟାନକ ରୋଗର ଶିକାର ହୋଇପାରନ୍ତି । ସପ୍ତାହରେ ଯଦି ଆପଣ ୧ ଘଣ୍ଟା ଧରି ଧୂମପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ ତେବେ ଆପଣ ନିଜ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରିପାରିବେ ।

ତେବେ ଏହା ଆମେ କହୁନୁ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଧୂମପାନ ନକରି ମଧ୍ୟ ଏହା ସଂପର୍କରେ ଆସୁଥିବା ଲୋକଙ୍କୁ ଶ୍ୱାସ ସମ୍ବନ୍ଧୀୟ ଅସୁବିଧା ହେବା ସହ ଶୁଖିଲା କାଶ ମଧ୍ୟ ହୋଇଥାଏ । ତେବେ ଏଭଳି ଅସୁବିଧା ଯୋଗୁଁ କିଶୋରମାନଙ୍କୁ ଆପାତକାଳୀନ ବିଭାଗରେ ମଧ୍ୟ ଭର୍ତ୍ତି କରାଯାଇଛି । ତେବେ ଏଥିରେ କେବଳ ଶ୍ୱାସ ସମ୍ବନ୍ଧୀୟ ଲକ୍ଷଣ ଦେଖାଯାଏ ତାହା ନୁହଁ ସ୍ୱାସ୍ଥ୍ୟ ଉପରେ ଏହାର ଅନେକ ଖରାପ ପ୍ରଭାବ ମଧ୍ୟ ପଡିିଥାଏ ।