ଅମୃତଭଣ୍ଡା ନା କେବଳ ଖାଇବାକୁ ଭଲ ଲାଗିଥାଏ । ଏଥିରେ ଆମ ଶରୀରକୁ ମଧ୍ୟ ଖୁବ୍ ଲାଭ ମିଳିଥାଏ । କିନ୍ତୁ ଅମୃତଭଣ୍ଡା ଖାଇବା ପରେ ସମସ୍ତେ ଏହାର ମଞ୍ଜିକୁ ଫୋପାଡିବା ଭଳି ଭୁଲ୍ କରିବସନ୍ତି । ଯାହା କରିବା ଠିକ୍ ନୁହେଁ । ଆଜି ଆମେ ଆପଣଙ୍କୁ ଅମୃତଭଣ୍ଡାର ମଞ୍ଜି ବିଷୟରେ ଏଭଳି କିଛି କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ଏହାର ମଞ୍ଜି ଫୋପାଡିବା ତ ଦୂରର କଥା କେବେ ଚିନ୍ତା ବି କରିବେନି ।
ଅମୃତଭଣ୍ଡାର ମଞ୍ଜିରୁ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ଏଥିରୁ କ୍ୟାନ୍ସର ଦୂର କରିବାର କିଛି ତତ୍ତ୍ୱ ମଧ୍ୟ ମିଳିଛି । ମଞ୍ଜିର ଶୁଖାଇ ଏହାର ଚୂର୍ଣ୍ଣକୁ ନିୟମିତ ପିଇଲେ କ୍ୟାନ୍ସର କିଛିମାତ୍ରାରେ କମ୍ ହେବ । ଏହି ମଞ୍ଜିର ସରବତ ସାହାର୍ଯ୍ୟରେ ଆପଣ ଲିଭରରେ ଥିବା ଷ୍ଟୋନକୁ ବାହାର କରିବାରେ ସଫଳ ହୋଇପାରିବେ ଏବଂ ହୃଦରୋଗ ମଧ୍ୟ ଠିକ୍ ହୋଇପାରିବ । ଏହାଦ୍ୱାରା ପାଚନ ପ୍ରକ୍ରିୟା ଠିକ୍ ରୁପେ ହେବା ସହ କୌଣସି ରୋଗବ୍ୟାଧିର ମଧ୍ୟ ଚିନ୍ତା ନଥାଏ ।
ଅମୃତଭଣ୍ଡାର ମଞ୍ଜିକୁ ଶୁଖାଇ ଏହାର ଚୂର୍ଣ୍ଣ କରି ଦୁଇଚାମଚ ପାଣିରେ ଗୋଳି ପିଇଲେ ଅନିୟମିତ ଗର୍ଭବସ୍ଥାକୁ ଏଡାଇ ହେବ । ଏହା ସମ୍ପୁର୍ଣ୍ଣ ପ୍ରାକୃତିକ ହୋଇଥିବାରୁ ଏଥିରେ ଡାକ୍ତରଙ୍କ ପରାମର୍ଶର ମଧ୍ୟ ଆବଶ୍ୟକତା ନାହିଁ । କେବଳ ଖାଇବାରେ ନୁହଁ ରୋଗବ୍ୟାଧି ପାଇଁ ମଧ୍ୟ ଅମୃତଭଣ୍ଡାର ମଞ୍ଜି ଖୁବ୍ ଲାଭକାରୀ । ଏହାର ମଞ୍ଜିକୁ ଚୂର୍ଣ୍ଣ କରି ଖାଇଲେ ପେଟରୁ କ୍ରୁମି ଦୂର ହୋଇଥାଏ ଏବଂ ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ହୋଇଥାଏ । ଜ୍ୱର ହେଲେ ମଧ୍ୟ ଅମୃତଭଣ୍ଡା ମଞ୍ଜିରେ ଥିବା ଆଣ୍ଟି – ବ୍ୟାକ୍ଟେରିଆ ତତ୍ତ୍ୱ ଜ୍ୱରକୁ କମ୍ କରିବାରେ ସହାୟକ ହୁଏ । କେବଳ ଏତିକି ନୁହଁ ପୋଡିବା,ଶରୀରରେ ଜ୍ୱଳନ କିମ୍ବା କ୍ଷତି ହେଲେ ମଧ୍ୟ ଏହି ମଞ୍ଜିକୁ ବ୍ୟବହାର କରି ଆପଣ ଉପସମ ପାଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2019/01/Seed.jpg) 
                            
                        
                            
                            /kanak/media/post_attachments/wp-content/uploads/2019/01/maxresdefault-16-300x169.jpg)
/kanak/media/post_attachments/wp-content/uploads/2019/01/aid3776024-v4-728px-Eat-Papaya-Seeds-Step-6-300x200.jpg)