ଭାରତୀୟ ସେନାର ସବୁଠାରୁ ଶକ୍ତିଶାଳୀ ବିଧ୍ୱଂସକ ଅସ୍ତ୍ର ! ଯାହାକୁ ଦେଖି ଥରହର ହୁଅନ୍ତି ଶତ୍ରୁ

580

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ । ଏଲଓସିରେ ଆତଙ୍କବାଦୀ ଲଂଚ ପ୍ୟାଡ ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ପାକ୍ ଅଧିକୃତ କାଶ୍ମୀରରେ ପସି ଜେଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନାର ୧୨ଟି ଯୁଦ୍ଧ ବିମାନ । ମିରାଜ-୨୦୦୦ ବିମାନ, ଭୋର ସାଢେ ୩ଟାରେ ପିଓକେରେ ୧ ହଜାର କିଲୋଗ୍ରାମର ବମ୍ ପକାଇ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଛି । ଏନେଇ ଏକ ବିଶେଷ ସୂତ୍ରରୁ ଜଣାପଡିଛି ।

ଦୁନିଆରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ସୈନ୍ୟ ଶକ୍ତି ହେଉଛି ଭାରତ । କ୍ଷେତ୍ରୀୟ ସୀମା ଠାରୁ ଆଗକୁ ବଢ଼ି ଦେଶ ଏବେ ଗ୍ଲୋବାଲ ପାୱାର ହେବା ଦିଗକୁ ଅଗ୍ରସର ହେଉଛି ।

Su-30Mki : Su-30Mki ଏକ ଏମିତି ଏୟାରକ୍ରାଫ୍ଟ, ଯାହା ଭାରତୀୟ ବାୟୁସେନାକୁ ଏକବିଂଶ ତମ ଶତାବ୍ଦୀରେ ପରିଭାଷିତ କରିପାରେ । ଋଷୀୟାରେ ନିର୍ମିତ ସୁଖୋଇ-୩୦ ଜେଟ୍ ଫାଇଟରକୁ ଦୁନିଆର ଭଲ ଏୟାରକ୍ରାଫ୍ଟରେ ଗଣତି ହୁଏ । ଏହାର ଲମ୍ବ ୨୧.୯୩ ମିଟର ଓ ଚଉଡା ୧୪.୭ ମିଟର । ଅସ୍ତ୍ର ସହିତ ଏହାର ଓଜନ ୨୬ ହଜାର କିଲୋଗ୍ରାମରୁ ଅଧିକ ହୋଇପାରେ । ଏହା ୩ହଜାର କିମି ଗଭୀର ପର୍ଯ୍ୟନ୍ତ ଯାଇ ଆକ୍ରମଣ କରିପାରିବ । ଏହା ନିଜର କୁଶଳତା ମଧ୍ୟ ପ୍ରମାଣିତ କରିସାରିଛି ।

ବ୍ରହ୍ମୋସ : ବ୍ରହ୍ମୋସ ମିସାଇଲ ଭାରତ ଓ ଋଷୀୟା ମିଶି ବିକାଶ କରୁଛନ୍ତି । ମଲ୍ଟି ମିଶନ ମିସାଇଲର ମାରଣ କ୍ଷମତା ୨୯୦ କିମି ଓ ଏହାର ଗତି ୨୦୮ ମ୍ୟାକ୍ ଅର୍ଥାତ୍ ଧ୍ୱନିର କ୍ଷମତାରୁ ୩ଗୁଣ ଅଧିକ । ଏହା ସ୍ଥଳ, ସମୁଦ୍ର, ଉପ-ସମୁଦ୍ର ଓ ଆକାଶରୁ ସୁମୁଦ୍ର ଓ ସ୍ଥଳଭାଗକୁ ଟାର୍ଗେଟ୍ କରିପାରେ । ଷ୍ଟିପ୍ ଡାଇଭ କେପାବିଲିଟିଜ୍ ରେ ସୁସଜ୍ଜିତ, ଯାହା ପାହାଡିଆ କ୍ଷେତ୍ରରେ ମଧ୍ୟ ଟାର୍ଗେଟ କରିପାରେ ।

ଆଇଏନଏସ୍ ଚକ୍ର-୨ : ପରମାଣୁ କ୍ଷମତାଯୁକ୍ତ ଋଷ ନିର୍ମିତ ବୁଡାଜାହାଜ  ଆଇଏନଏସ୍ ଚକ୍ର-୨ ନୌସେନାର ବଡ ଅସ୍ତ୍ର । ମୂଳ ରୂପେ ‘କେ-୧୫୨ ନେରପା’ ନାମରେ ନିର୍ମିତ ଅକୁଲା-୨ ଶ୍ରେଣୀର ଏହି ବୁଡାଜାହାଜକୁ ଋଷରୁ ୧ ଅରବ ଡଲାର ଚୁକ୍ତିରେ ୧୦ବର୍ଷ ପାଇଁ ନିଆଯାଇଛି । ନୌସେନାରେ ସାମିଲ କରିବା ପୂର୍ବରୁ ଏହାର ନାମ ବଦଳାଇ ଆଇଏନଏସ୍ ଚକ୍ର-୨ କରିଦିଆଯାଇଥିଲା । ଏହା ୬୦୦ ମିଟର ପର୍ଯ୍ୟନ୍ତ ପାଣି ଭିତରେ ରହିପାରେ । ଏହା ୩ମାସ ଲଗାତାର ସମୁଦ୍ର ଭିତରେ ରହିପାରେ ।

ଅୱାକ୍ସ : ‘ଏୟାରବୋର୍ଣ୍ଣ ୱାର୍ଣ୍ଣିଙ୍ଗ ଆଣ୍ଡ କଂଟ୍ରୋଲ ସିଷ୍ଟମ’ କୌଣସି ମଧ୍ୟ ଜଳବାୟୁରେ ବିପଦ ରୂପେ ଆସୁଥିବା କ୍ରୁଜ୍ ମିସାଇଲ ଓ ବିମାନକୁ ଆକାଶରେ ପାଖ।ପାଖି ୪୦୦ କିମି ଉପରୁ ଜାଣିବାରେ ସକ୍ଷମ । ଇସ୍ରାଏଲର ଟେକନିକଯୁକ୍ତ ଅୱାକ୍ସକୁ ବିମାନ ଆଇଏଲ-୭୬ ଉପରେ ଲଗାଯାଇଛି ।

ଆଇଏନଏସ ବିକ୍ରମାଦିତ୍ୟ : ୪୪,୫୦୦ ଟନ୍ ଓଜନ ବିଶିଷ୍ଟ ଏହି ବିମାନ ବାହାକ ଜାହାଜକୁ ୨୦୧୩ରେ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା । ଏହି ଯୁଦ୍ଧ ଜାହାଜର ଲମ୍ବ ୨୮୩.୧ ମିଟର ଓ ଉଚ୍ଚତା ୬୦.୦ ମିଟର । ମୋଟ୍ ଏହାର କ୍ଷେତ୍ର ତିନି ଫୁଟବଲ ପଡିଆ ସହିତ ସମାନ । ଏହା ୧୦୦ ଦିନ ପର୍ଯ୍ୟନ୍ତ ଲଗାତାର ସମୁଦ୍ରରେ ରହିପାରେ ।

ଟି୯୦, ଭୀଷ୍ମ : ଶତ୍ରୁଙ୍କ ସହ ସିଧାସଳଖ ଯୁଦ୍ଧରେ ଏହି ଟ୍ୟାଙ୍କ ଭାରତର ବ୍ରହ୍ମାସ୍ତ୍ର ଭଳି । ଏଥିରେ ୫କିମି ଦୂରତା ପର୍ଯ୍ୟନ୍ତ ପ୍ରହାର କରାଯାଇପାରିବ । ଏହି ଟ୍ୟାଙ୍କର ବିଶେଷତ୍ୱ ହେଉଛି- ଏହି ଟ୍ୟାଙ୍କ ଉପରେ କୌଣସି ବି ପ୍ରକାରର କେମିକାଲ କିମ୍ବା ବାୟୋଲୋଜିକାଲ ଆକ୍ରମଣ ଓ ରେଡିଓଏକ୍ଟିଭ୍ ଆକ୍ରମଣର ପ୍ରଭାବ ପଡେନି ।

ପି ୮୧ ନେପଚ୍ୟୁନ୍ : ଭାରତର ୭୫୦୦ କିମି ଲମ୍ବ ତଟରେଖା ଅଛି, ଯେଉଁଥିରେ ଶହ ଶହ ଦ୍ୱୀପ ଅଛି । ଯାହାକୁ ସୁରକ୍ଷା ଆବଶ୍ୟକ । ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ହିଁ ପି ୮୧ ଅଛି । ଏହା ମଜବୁତପଣ ଓ ସେନ୍ସର ସୁଟ୍ ପାଇଁ ନିଜ ସମାନର କୌଣସି ବି ଏୟାରକ୍ରାଫ୍ଟ ଠାରୁ ଆଗରେ । ବେସ ଠାରୁ ୨ହଜାର କିମି ପର୍ଯ୍ୟନ୍ତ ମିଶନରେ ଏହା ୪ଘଂଟା ପର୍ଯ୍ୟନ୍ତ ଉଡିପାରେ ।