ଭାରତରେ ଯେଉଁଠି ଗୋଟିଏ ପଟେ ଯୌତୁକ ପ୍ରଥା ଭଳି ସାମାଜିକ ବ୍ୟାଧିକୁ ରୋକିବାକୁ ନାନା ପ୍ରକାର ଚେଷ୍ଟା କରାଯାଉଛି ଅନ୍ୟପଟେ ଟେକ୍ନୋଲଜିର ପ୍ରସାର ଦ୍ୱାରା ଏହି ସାମାଜିକ ବ୍ୟାଧିକୁ ପ୍ରଶ୍ରୟ ଦେବାରେ ଏକ ୱେବସାଇଟକୁ ଲଞ୍ଚ୍ କରାଯାଇଛି । ଯୌତୁକ ରେଟ୍ କାଲକୁଲେଟ୍ କରୁଥିବା ଏହି ୱେବସାଇଟ ବରକୁ କେତେ ଟଙ୍କା ଯୌତୁକ ନେବା ଦରକାର ତାର ରେଟିଙ୍ଗ୍ କରୁଛି ।
ଅନ୍ୟପକ୍ଷେ କେନ୍ଦ୍ରୀୟ ମନ୍ତ୍ରୀ ତଥା ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଏଭଳି ୱେବସାଇଟକୁ ବ୍ୟାନ୍ କରିବା ପାଇଁ ଅପିଲ କରିଛନ୍ତି । ସେ ଏହି ୱେବସାଇଟ୍ ବିଷୟରେ ସୁଚନା ଏବଂ ପ୍ରୟୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦକୁ ଚିଠି ଲେଖି ଜଣାଇଛନ୍ତି । ସେ ପତ୍ରରେ କହିଛନ୍ତି କି, “www.dowrycalculator.com ୱେବସାଇଟକୁ ଯଥାଶୀଘ୍ର ବନ୍ଦ କରାଯାଉ ଏବଂ ଏହି ୱେବସାଇଟ୍ ପ୍ରସ୍ତୁତ ପଛରେ ଯାହାର ହାତ ଅଛି ଉକ୍ତ ଅଭିଯୁକ୍ତ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟା ମଧ୍ୟ ଏହି ୱେବସାଇଟକୁ ନେଇ ପିଏମଓଙ୍କ ସହ କଥାବାର୍ତ୍ତା କରିଛନ୍ତି । ସେ କହିଛନ୍ତି ଯେ, “ଏହା ଭାରତ ପାଇଁ ବହୁ ଲଜ୍ଜାକର ବିଷୟ ଯେ ଏଭଳି ଏକ ପୂଣ୍ୟ ଭୁମିରେ ଏଭଳି ୱେବସାଇଟ ଚାଲୁରହିଛି । ଯଥାଶୀଘ୍ର ୱେବସାଇଟ ପ୍ରସ୍ତୁତ ପଛରେ ଥିବା ଅଭିଯୁକ୍ତକୁ ଗିରଫ କରାଯାଉ ।”
ଆପଣଭ୍କୁ ସୁଚାଇ ଦେଉଛୁ ଯେ ଏହି www.dowrycalculator.com ୱେବସାଇଟ୍ ବୟସ,ଜାତି,ରୋଜଗାର ଏବଂ ପାରିଶ୍ରମିକକୁ ନେଇ ବରକୁ କେତେ ଯୌତୁକ ନେବା ଦରକାର ତାହା କହିଥାଏ । ଏହି ୱେବସାଇଟ ବେରୋଜଗାରଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଯୌତୁକ କହୁଥିବା ବେଳେ ଏହା କେବଳ ୧୭ ଟି ଜାତିକୁ ନେଇ କେତେ ଯୌତୁକ ହେବ ତାହା କହିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/dowry-calculator-jpg.jpg)