କାହିଁକି ପାଳନ କରାଯାଏ ନୂତନ ବର୍ଷ ? କିଏ କରିଥିଲେ ଆରମ୍ଭ ? ବିଭିନ୍ନ ଧର୍ମରେ କେଉଁ ଦିନ ପାଳନ କରାଯାଏ ନବବର୍ଷ ? ଆସନ୍ତୁ ଜାଣିବା 

664

ଆଜି ହେଉଛି ୨୦୧୯ ବର୍ଷର ପ୍ରଥମ ଦିନ । ନୂତନ ବର୍ଷର ଏହି ଦିନରେ କେଉଁଠି ବାଣ ଫୁଟାଇ ତ ଆଉ କେଉଁଠି ଉତ୍ସବ ମନାଇ ଲୋକମାନେ ପାଳନ କରୁଥିବା ବେଳେ ଆଉ କେଉଁଠି ଭିନ୍ନ ଢଙ୍ଗରେ ଏହି ଦିନଟିକୁ ସ୍ୱାଗତ କରାଯାଏ । ତେବେ ନୂତନ ବର୍ଷଟିକୁ କିଏ ଏବଂ କେଉଁଠାରେ ବାହାର କରିଥିଲା ତାହା ଆପଣ ଜାଣିଛନ୍ତି କି? ଯଦି ନୁହେଁ ତେବେ ଆଜି ଆମେ ଆପଣଙ୍କୁ ଏ ବିଷୟରେ ଅଧିକ ତଥ୍ୟ ଦେବୁ ।

କୁହାଯାଏ ଯେ ନ୍ୟୁ ଇୟର୍ ପାଳିବାର ପରମ୍ପରା ୪୦୦୦ ବର୍ଷ ପୁରୁଣା । ରୋମ୍ ର ତାଲାସାହା ଜୁଲିୟସ୍ ସିଜର ୪୫ ବର୍ଷ ପରେ ଦୁନିଆକୁ ଏକ ନୂତନ କ୍ୟାଲେଣ୍ଡରର ଭେଟି ଦେଇଥିଲେ । ଯାହାର ନାଁ ଥିଲା ଜୁଲିୟନ୍ କ୍ୟାଲେଣ୍ଡର । ଏହି କ୍ୟାଲେଣ୍ଡର ଅନୁସାରେ ଜାନୁଆରୀ ମାସର ପ୍ରଥମ ଦିନକୁ ନୂତନ ବର୍ଷ ରୂପେ ପାଳନ କରାଗଲା । ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ଖ୍ରୀଷ୍ଟିୟାନ୍ ଧର୍ମାବଲମ୍ବୀ ଭାଇଭଉଣୀମାନେ ନ୍ୟୁ ଇୟରକୁ ଜୋରସୋରରେର ସେଲେବ୍ରେସନ୍ କରନ୍ତି । ଲୋକଙ୍କୁ ବର୍ଷକ ୧୨ ମାସ ଏବଂ ୩୬୫ ଦିନ ଶିଖାଇଥିବା ମଣିଷ ଜଣକ ହେଉଛନ୍ତି ଜୁଲିୟସ୍ ସିଜର  । ଜୁନିୟନ୍ କ୍ୟାଲେଣ୍ଡରକୁ ୧୬୦୦ ବର୍ଷ ବ୍ୟବହାର କରିବା ପରେ ଗ୍ରେଗୋରିୟନ୍ କ୍ୟାଲେଣ୍ଡର ଆସିଥିଲା ।

ତେବେ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ବିଭିନ୍ନ ଧର୍ମରେ ନୂତନ ବର୍ଷ ଭିନ୍ନ ଦିନରେ ପାଳନ କରାଯାଏ । ହିନ୍ଦୁ ନବବର୍ଷର ଆରମ୍ଭ ଚୈତ୍ର‌୍ୟ ମାସ ଶୁକ୍ଲ ପ୍ରତିିପଦା (ଏପ୍ରିଲ୍)ରେ ହେଉଥିବା ବେଳେ ଜୈନ ଧର୍ମର ନବବର୍ଷ ଦୀପାବଳୀର ପରଦିନରୁ ହିଁ ଆରମ୍ଭ ହୋଇଯାଏ । ପାର୍ସି ଧର୍ମାବଲମ୍ବୀ ଲୋକମାନେ ଅଗଷ୍ଟ ୧୯ ତାରିଖରେ ନବରୋଜ୍ ନାମରେ ନବବର୍ଷ ପାଳୁଥିବାବେଳେ ଶିଖ୍ ଧର୍ମାବଲମ୍ବୀ ଲୋକମାନେ ବୈଶାଖୀ ପର୍ବକୁ ନବବର୍ଷ ରୁପେ ପାଳନ କରିଥାନ୍ତି । ଇସଲାମ୍ ଧର୍ମରେ ମହରମ୍ ପର୍ବ ପ୍ରଥମ ଦିନରୁ ହିଁ ନବବର୍ଷ ଆରମ୍ଭ ହୋଇଯାଏ । ଯାହାକୁ “ହିଜରୀ” ବୋଲି କୁହାଯାଏ ।