ବିରମହାରାଜପୁରରେ ୧୨ ଘଂଟିଆ ବନ୍ଦ ଡାକରା

53

କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ୪ ଦଫା ଦାବି ନେଇ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ଜିଲ୍ଲା ଯୁବ କଂଗ୍ରେସ ଓ ବୀରମହାରାଜପୁର ବ୍ଲକ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ସହ ସହରକୁ ଏନଏସି ମାନ୍ୟତା ଦାବି, ପ୍ରସ୍ତାବିତ ଦେଉଳି ଓ ବାଉଁଶୁଣି ମଧ୍ୟରେ ମହାନଦୀ ସେତୁ ନିର୍ମାଣ ଏବଂ ବହୁ ପ୍ରତୀକ୍ଷିତ ସୁରୁବାଲି ଯୋରରେ ଆନିକଟ ଓ ହରିହର ଯୋର ବାମପାଶ୍ୱର୍ କେନାଲ ନିର୍ମାଣ ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ କର୍ମମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି । ଫଳରେ ସୋନପୁର-ବୀରମହାରାଜପୁର ଓ ରେଢାଖୋଲ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।