ଏବେ ଚାଲିଛି ମୁସଲମାନ ସଂପ୍ରଦାୟର ପବିତ୍ର ରମଜାନ୍ ମାସ । ରମଜାନର ଏହି ପବିତ୍ର ମାସରେ ସମସ୍ତଙ୍କ ମଧ୍ୟରେ ହସଉଲ୍ଲାସ ଥିବା ବେଳେ ମାଙ୍ଗାଲୋରରେ ବାସ କରୁଥିବା ମୁସଲମାନ୍ ମହିଳାମାନଙ୍କ ପାଇଁ କୋକୁଆ ଭୟ ଜାତ ହୋଇଥିଲା । ଏହାର କାରଣ ଥିଲା ହ୍ୱାଟସଆପରେ ଭାଇରାଲ୍ ହେଉଥିବା ଏକ ଧମକପୂର୍ଣ୍ଣ ମେସେଜ୍ । କର୍ଣ୍ଣାଟକର ମାଙ୍ଗାଲୋରଠାରେ ମହିଳାମାନଙ୍କୁ ହ୍ୱାଟସଆପରେ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଉଥିଲା । ପବିତ୍ର ରମଜାନ୍ ମାସରେ ମୁସଲମାନ୍ ମହିଳାମାନଙ୍କୁ ମଲ୍ ନ ଯିବା ପାଇଁ ଏବଂ ଚୁଟି ଖୋଲା ରଖିଲେ ଜୀବନରୁ ମାରିଦେବାକୁ ଧମକ ମିଳି ଆସୁଥିଲା । ଏହା କେବଳ ଜଣେ କିମ୍ବା ଦୁଇଜଣ ନୁହଁ ଯେଉଁ ମହିଳାମାନେ ମଲ୍ ଯାଆନ୍ତି ଏବଂ ଚୁଟି ଖୋଲା ରଖନ୍ତି ସେମାନଙ୍କୁ ହ୍ୱାଟସଆପ ଜରିଆରେ ଧମକ ଦିଆଯାଉଥିଲା । ଏଭଳି ମେସେଜ୍ ଗତ କିଛି ସମୟ ଧରି ମୋବାଇଲକୁ ମୋବାଇଲ୍ ଭାଇରାଲ୍ ହେଉଥିଲା ।
ତେବେ ପୋଲିସ୍ ଏହି ମେସେଜ୍ ଭାଇରାଲ୍ କରିଥିବା ଦୁଇ ଆରୋପୀଙ୍କୁ ଧରି କୋର୍ଟ ଚାଲାଣ କରିଛି । ଆରୋପୀ ଦୁଇଜଣ ହେଲେ ୨୩ ବର୍ଷୀୟ ମହମ୍ମଦ ସାଦିକ ଏବଂ ୩୫ ବର୍ଷୀୟ ଅବଦୁଲ ସତାର । ତେବେ ଜାଞ୍ଚରୁ ଜାଣିବାକୁ ମିଳିଥିଲା ଯେ ଏହି ମେସେଜ୍ ୧୭ ମଇକୁ ପୋଷ୍ଟ ହୋଇଥିଲା । ଯେଉଁ ଦିନ ପବିତ୍ର ରମଜାନ୍ ମାସ ଆରମ୍ଭ ହେଉଛି ସେହିଦିନ ହିଁ ଏହି ମେସେଜକୁ ଭାଇରାଲ୍ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/Whats-crime.jpg)
/kanak/media/post_attachments/wp-content/uploads/2018/05/1526485604-300x169.jpeg)