କ’ଣ ଆପଣ ବି ଓଜନର ବୃଦ୍ଧି ଲାଗି ଚିନ୍ତିତ ଅଛନ୍ତି? ଯେଉଁ କାରଣକୁ ନେଇ ଆପଣ ଜିମ୍ ଯିବା ସାଂଗକୁ ଆପଣଙ୍କ ଖାଦ୍ୟପେୟକୁ ବି କମ୍ କରୁଛନ୍ତି! ତେବେ ଏଣିକି ଆଉ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟତା ନାହିଁ। କାରଣ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଏପରି ଏକ ଉପାୟ ବିଷୟରେ ଜଣାଇବୁ, ଯାହାକି ଅତି ସହଜରେ ଆପଣଙ୍କର ରୋଷେଇ ଘରେ ହିଁ ଉପଲବ୍ଧ ଅଟେ। ଏହା ହେଉଛି ଧନିଆ। ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ବ୍ୟବହାର ହେଉଥିବା ପାଞ୍ଚଟି ମୁଖ୍ୟ ମସଲା ମଧ୍ୟରୁ ଏହା ଗୋଟିଏ। ହେଲେ ଆପଣଙ୍କୁ ଏହା ଜାଣିଲାପରେ ନିହାତି ଆଶ୍ଚର୍ୟ୍ୟ ଲାଗିପାରେ ଯେ ଯଦି ଆପଣ କଞ୍ଚା ଧନିଆକୁ ରାତିରେ ପାଣିରେ ଭିଜାଇ ରଖି ସକାଳେ ଫୁଟାଇକି ତାହାର ପାଣିକୁ ଖାଲିପେଟରେ ସେବନ କରନ୍ତି, ତେବେ ତାହା ଆପଣଙ୍କ ବଢ଼ୁଥିବା ଓଜନକୁ ନିୟନ୍ତ୍ରଣ କରିଥାଏ।
ସାଧାରଣତଃ ଧନିଆରେ ରହିଥିବା ପୋଷକ ତତ୍ତ୍ୱ ବ୍ୟକ୍ତିର ସ୍ୱାସ୍ଥ୍ୟ ଲାଗି ବହୁତ ହିଁ ଲାଭପ୍ରଦ ହୋଇଥାଏ। ଏଥିସହିତ ଧନିଆରେ ସାଧାରଣତଃ ମିନେରାଲ୍ସ , ଭିଟାମିନ୍ ଭଳି ପଟାସିଅମ୍, ଆଇରନ୍,ମାଙ୍ଗାନିଜ୍, କ୍ୟାଲ୍ସିଅମ୍, ଫଲିକ୍ ଏସିଡ୍,ଭିଟାମିନ୍ ଏ,କେ ଏବଂ ସି ମଧ୍ୟ ଭରପୂର ମାତ୍ରାରେ ଥାଏ। ଯାହାକି ବ୍ୟକ୍ତିଠାରେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ମଧ୍ୟ ସହାୟକ ହୁଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/maxresdefault-19.jpg)
/kanak/media/post_attachments/wp-content/uploads/2018/11/health-benefits-of-drinking-parsley-juice-300x200.jpg)