ଲିଫ୍ଟରେ ଯାଉଥିବା ସମୟରେ ହଠାତ୍ ଲିଫ୍ଟ ବନ୍ଦ ହୋଇଗଲେ କରିବେ କ’ଣ ? ଜାଣନ୍ତୁ ଏହି ସମୟରେ ନିଜକୁ କିପରି ବଂଚାଇବେ ଏବଂ ପିଲାଙ୍କୁ କିପରି ବଂଚାଇବେ ।

ଲିଫ୍ଟରେ ଯାଉଥିବା ସମୟରେ ହଠାତ୍ ଲିଫ୍ଟ ବନ୍ଦ ହୋଇଗଲେ କରିବେ କ’ଣ ? ଜାଣନ୍ତୁ ଏହି ସମୟରେ ନିଜକୁ କିପରି ବଂଚାଇବେ ଏବଂ ପିଲାଙ୍କୁ କିପରି ବଂଚାଇବେ ।

ଯଦି ଆପଣ କୌଣସି ଉଚ୍ଚ ମହଲାରେ ରହୁଛନ୍ତି କିମ୍ବା ସେଭଳି କୌଣସି ବିଲ୍ଡିଂରେ କାମ କରୁଛନ୍ତି ଏବଂ ସିଡିରେ ନ ଯାଇ ଲିପ୍ଟରେ ଯାଇଛନ୍ତି ତେବେ ଆପଣଙ୍କ ମନରେ ଲିପ୍ଟକୁ ନେଇ ଏଣୁତେଣୁ ପ୍ରଶ୍ନ ନିଶ୍ଚୟ ଆସିଥିବ । କାରଣ ଯେଭଳି ଭାବରେ ଲିପ୍ଟକୁ ନେଇ ଦୁର୍ଘଟଣାମାନ ଘଟିଚାଲିଛି । ସେ ସବୁ ଜାଣିବା ପରେ ଭୟ ଲାଗିବା ସ୍ୱାଭାବିକ । ସେହିପରି ଯଦି ଆପଣ କୌଣସି ଛୋଟ ପିଲାଙ୍କୁ ନେଇ ଲିପ୍ଟରେ ଯାଇଛନ୍ତି କିମ୍ବା ଆପଣଙ୍କ ପିଲାଙ୍କୁ ଏକାକୀ ଲିପ୍ଟରେ ଛାଡୁଛନ୍ତି ତେବେ ଏସମୟରେ ଆପଣଙ୍କୁ ସତର୍କ ରହିବା ଉଚିତ୍ ନଚେତ୍ ଏହି ଲିପ୍ଟ ପାଇଁ ଆପଣଙ୍କ ପିଲାର ଜୀବନ ମଧ୍ୟ ଚାଲିଯିବାର ସମ୍ଭାବନା ରହିଛି । ଏବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି ଏମିତି କେମିତି ହୋଇପାରିବ ତେବେ ଏସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

publive-image

କିଛିଦିନ ତଳେ ଏକ ଆପାର୍ଟମେଂଟରେ ରାତି ପାଖାପାଖି ୯ଟା ସମୟରେ ଲିପ୍ଟରେ ଏକ ଛୋଟ ପିଲା ଫସି ଯାଇଥିଲା । ଆପାର୍ଟମେଂଟରେ ରହୁଥିବା ଲୋକଙ୍କ କହିବା କଥା ହେଲାକି, ପିଲାଟି ଲିପ୍ଟରେ ଦୀର୍ଘ ୩୦ ମିନିଟ୍ କାଳ ଫସି ରହିଥିଲା । ହେଲେ ଆଶ୍ଚର୍ୟ୍ୟର କଥା ହେଲାକି, ପିଲାଟି ଏତେ ସମୟ ଧରି ଲିପ୍ଟରେ ବନ୍ଦ ରହିବା ସତ୍ୱେ ବି କେହି ବି ତାକୁ ସେଥିରୁ ବାହାର କରିବାକୁ ଆସିନଥିଲେ । ବାଧ୍ୟ ହୋଇ ପୁଲିସକୁ ଡକାଯାଇଥିଲା ଓ ଶେଷରେ ପିଲାଟିକୁ ଲିପ୍ଟ ମଧ୍ୟରୁ ଉଦ୍ଧାର କରାଯାଇଥିଲା ।

publive-image

ଯେତେବେଳେ ପୁଲିସ ଏହାର ସିସିଟିଭି ଯାଂଚ କରିଥିଲା ସେତେବେଳେ ଜଣାପଡିଥିଲା କି , ପିଲାଟି ଲିପ୍ଟ ଭିତରେ ଥିରେ ସବୁ ଯାକ ବଟନକୁ ଏକାସାଥିରେ ଦବାଇପକାଇଥିଲା । ଯେଉଁ କାରଣରୁ ଲିପ୍ଟଟି ଅଚଳ ହୋଇଯାଇଥିଲା । ତେଣୁ ଆପଣ ଯେତେବେଳେ ବି ଲିପ୍ଟରେ ପିଲାଙ୍କୁ ନେଇ ଯାଉଛନ୍ତି କିମ୍ବା ପିଲାଙ୍କୁ ଏକା ଲିପ୍ଟରେ ଛାଡୁଛନ୍ତି ତେବେ ଏଥିପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ତେବେ ଯାଇ ଆପଣ ଆଉ ଆପଣଙ୍କ ପରିବାର ସୁରକ୍ଷିତ ରହିବ ।

publive-image

ଯଦି ଲିପ୍ଟ ବନ୍ଦ ହୋଇଗଲେ କଣ କରିବେ

• ଯଦି କୌଣସି କାରଣରୁ ଲିପ୍ଟ ବନ୍ଦ ହୋଇଯାଏ ତେବେ ଏଥିରେ ଆଦୌ ବ୍ୟସ୍ତ ହୁ୍ଅନ୍ତୁ ନାହିଁ । ବରଂ ୨୦ ସେକେଣ୍ଡ ଅପେକ୍ଷା କରନ୍ତୁ ।

• କାରଣ ୨୦ ସେକେଣ୍ଡ ପରେ ଅଟୋମେଟିକ ରେସକ୍ୟୁ ଡିଭାଇସ କାମ କରିବା ଆରମ୍ଭ କରିଦେଇଥାଏ ।

• ଏହି ଡିଭାଇସ ଜରିଆରେ ଲିପ୍ଟ ଆପଣ ମାରିଥିବା ଫ୍ଲୋରରେ ପହଂଚିବା କ୍ଷଣି ଆପଣା ଛାଏଁ ଖୋଲି ଯାଇଥାଏ ।

• ଆପତକାଳୀନ ବଟନକୁ ବ୍ୟବହାର କରି ସୂଚନା ଦେଇପାରିବେ ।

• କିଛି କିଛି ଲିପ୍ଟରେ ଟେଲିଫୋନ ଲଗାଯାଇଥାଏ । ତେବେ ଏହି ଫୋନ ଜରିଆରେ ବି ଆପଣ ସହଯୋଗ ମାଗିପାରିବେ ।

• ସେହିପରି ସାୟରନ ବଟନ ଜରିଆରେ ବି ଆପଣ ସୂଚନା ଦେଇପାରିବେ ।

• ବାହାରେ ଥିବା ଲୋକେ ମଧ୍ୟ ଡି-ଲକିଂକୁ ବ୍ୟବହାର କରି ଲିପ୍ଟ ଖୋଲିପାରିବେ ।

• ଲିପ୍ଟକୁ ରୋକିବା ପାଇଁ ଆପଣ ହାତ ଜାଗାରେ ସେଥିରେ ଥିବା ବଟନ ବ୍ୟବହାର କରିପାରିବେ ।

ଲିପ୍ଟ ବନ୍ଦ ହୋଇଗଲେ କଣ ନ କରିବା ଉଚିତ୍

• ଲିପ୍ଟ ଅଟକି ଗଲେ ବାରମ୍ବାର ବଟନକୁ ଦବାନ୍ତୁ ନାହିଁ ।

• ଲିପ୍ଟ କବାଟକୁ ନିଜେ ଖୋଲିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ ।

• ଲିପ୍ଟ ଭିତରେ ଡିଅନ୍ତୁ ନାହିଁ ।

• ସେହିପରି ଲିପ୍ଟକୁ ଅଟକାଇବା ପାଇଁ ହାତ କିମ୍ବା ଗୋଡ ବ୍ୟବହାର କରନ୍ତୁ ନାହିଁ ।

ପିଲାଙ୍କୁ ଲିପ୍ଟରେ ନେବା ସମୟରେ କଣ କରିବେ

• ଛୋଟ ପିଲାଙ୍କୁ ଲିପ୍ଟରେ ଏକାକୀ ପଠାନ୍ତୁ ନାହିଁ ।

• ପିଲାଙ୍କୁ ଲିପ୍ଟକୁ କିପରି ବ୍ୟବହାର କରାଯାଏ ସେ ସଂପର୍କରେ ଭଲ ଭାବରେ ବୁଝାନ୍ତୁ ।

• ହେବ ଯଦି ନିଜେ ବି ପିଲାଙ୍କ ସହ ଲିପ୍ଟରେ ଯାଆନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe