ରାଜଧାନୀରେ ମାଡି ଚାଲିଛି ମହାମାରୀ: ଭୁବନେଶ୍ୱରରେ ଆଜି ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ; କ୍ୱାରେଂଟିନ‌ ସେଣ୍ଟରରୁ ୮୫ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୩ କରୋନା ରୋଗୀ ଚିହ୍ନଟ

Advertisment
ରାଜଧାନୀରେ ମାଡି ଚାଲିଛି ମହାମାରୀ: ଭୁବନେଶ୍ୱରରେ ଆଜି ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ; କ୍ୱାରେଂଟିନ‌ ସେଣ୍ଟରରୁ ୮୫ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୩ କରୋନା ରୋଗୀ ଚିହ୍ନଟ

କନକ ବ୍ୟୁରୋ: ମହାମାରୀ କରୋନା ଭାଇରସ ରାଜଧାନୀ ଭୁବନେଶ୍ୱରରେ ନିୟନ୍ତ୍ରଣକୁ ଆସିପାରୁ ନାହିଁ । ଆଜି ଭୁବନେଶ୍ୱରରୁ ୧୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୮୫ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରରୁ ଏ ପର୍ଯ୍ୟନ୍ତ ୨୭୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୪୩୩ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୧୨୮୫ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe