ରାଜଧାନୀରେ ମାଡି ଚାଲିଛି ମହାମାରୀ: ଭୁବନେଶ୍ୱରରେ ଆଜି ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ; କ୍ୱାରେଂଟିନ ସେଣ୍ଟରରୁ ୮୫ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୩ କରୋନା ରୋଗୀ ଚିହ୍ନଟ
କନକ ବ୍ୟୁରୋ: ମହାମାରୀ କରୋନା ଭାଇରସ ରାଜଧାନୀ ଭୁବନେଶ୍ୱରରେ ନିୟନ୍ତ୍ରଣକୁ ଆସିପାରୁ ନାହିଁ । ଆଜି ଭୁବନେଶ୍ୱରରୁ ୧୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୮୫ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରରୁ ଏ ପର୍ଯ୍ୟନ୍ତ ୨୭୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୪୩୩ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୧୨୮୫ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Update on newly detected & cured #COVID19 cases in the last 24 hrs under the BMC area on 31st July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/hD3KNRsrzO— BMC (@bmcbbsr) July 31, 2020