ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତର ଦୁର୍ବଳ ବ୍ୟାଟିଂ ! ଅଷ୍ଟ୍ରେଲିଆ ଆଗରେ ୧୨୭ ରନର ଟାର୍ଗେଟ୍ ।

Advertisment
ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତର ଦୁର୍ବଳ ବ୍ୟାଟିଂ ! ଅଷ୍ଟ୍ରେଲିଆ ଆଗରେ ୧୨୭ ରନର ଟାର୍ଗେଟ୍ ।

image courtesy - akm-img-a-in.tosshub.com

କନକ ବ୍ୟୁରୋ : ପଦାରେ ପଡିଲା ଭାରତର ବ୍ୟାଟିଂ ଦୁର୍ବଳତା । ଅଷ୍ଟ୍ରେଲିଆ ଆଗରେ ୧୨୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଟିମ୍ ଇଣ୍ଡିଆ । ବିଶାଖାପାଟଣାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୨୬ ରନ କରିବାକୁ ସମର୍ଥ ହୋଇଛି । ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ଇନିଂସକୁ ଛାଡିଦେଲେ ଅନ୍ୟ କେହି ଖେଳାଳୀ ଆକି ଦୃଶିଆ ବ୍ୟାଟିଂ କରିପାରିନାହାନ୍ତି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ ।

publive-imageଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ (୫୦ ରନ୍‌, ୩୬ ବଲ୍‌, ୬ ଚୌକା ଓ ଗୋଟିଏ ଛକା) ବଳରେ ରବିବାର ଅଷ୍ଟ୍ରେଲିଆକୁ ଭାରତ ୧୨୭ ରନ୍‌ ଟାର୍ଗେଟ ଦେଇଛି। ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ଭାରତ ୧୨୬ ରନ୍‌ କରିଛି। ମହେନ୍ଦ୍ର ସିଂହ ଧୋନି ଅପରାଜିତ ୨୯ ରନ କରିଛନ୍ତି। ନାଥାନ କଲଟର ନାଇଲଙ୍କୁ ୩ଟି ଓ୍ଵକେଟ ମିଳିଥିବା ବେଳେ ବେହରନଡ୍ରଫ, ଆଦାମ ଜାମ୍ପା ଓ ପେଟ କମ୍ବିନସ୍‌ଙ୍କୁ ୧-୧ ଓ୍ଵିକେଟ ମିଳିଛି।

publive-imageଆନ୍ଧ୍ରପ୍ରଦେଶର ବିଶାଖପାଟଣାସ୍ଥିତ ଓ୍ଵାଇ ଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ସ୍କୋର ୧୪ ରନ୍‌ରେ ପ୍ରଥମ ଓ୍ଵିକେଟ ଭାବରେ ଭାରତ ରୋହିତ ଶର୍ମା (୫ ରନ୍‌)ଙ୍କୁ ହରାଇଥିଲା। ଆଦାମ୍‌ ଜାମ୍ପାଙ୍କ ବଲ ଜସନ ବେହେରନଡ୍ରଫଙ୍କୁ କ୍ୟାଚ୍‌ ଦେଇଥିଲେ ରୋହିତ ।

ଭାରତ ପାଇଁ ଅଧିନାୟକ ବିରାଟ କୋହଲି ୧୭ଟି ବଲ ଖେଳି ୨୪ ରନ୍‌ କରିଛନ୍ତି। ଏଥିରେ ୩ଟି ଚୌକା ସାମିଲ ଅଛି। ଆଦାମ ଜାମ୍ପାଙ୍କ ବଲ କଲଟର ନାଇଲଙ୍କୁ କ୍ୟାଚ ଦେଇ ବିରାଟ ଆଉଟ ହୋଇଛନ୍ତି। ଭାରତୀୟ ବ୍ୟାଟସ୍‌ମ୍ୟାନ ଋଷଭ ପନ୍ତ (୩ ରନ), ଦିନେଶ କାର୍ତ୍ତିକ (୧ ରନ୍‌), କ୍ରୁନାଲ ପାଣ୍ଡ୍ୟା (୧ ରନ୍‌), ଉମେଶ ଯାଦବ (୨ ରନ୍‌) କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe