କନକ ବ୍ୟୁରୋ : ତିହାର ଜେଲରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ୧୨୫ ଜଣ କଏଦୀ ଏଚ୍. ଆଇ.ଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେବଳ ଏଚଆଇିଭ ପଜିଟିଭ୍ ନୁହଁନ୍ତି ୨୦୦ କଏଦୀ ସିଫିଲିସ୍ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । କିଛି ଦିନ ପୂର୍ବରୁ ୧୦ ହଜାର ୫୦୦ କଏଦୀଙ୍କୁ ଡାକ୍ତରୀ ସ୍କ୍ରିନିଂ କରାଯାଇଥିଲା ଯେଉଁଥିରେ ଏହି ସୂଚନା ସାମ୍ନାକୁ ଆସିଥିଲା କି ୧୨୫ କଏଦୀଙ୍କୁ ଏଚ.ଆଇ.ଭି ପଜିଟିଭ୍ । ତିହାର ଜେଲରେ ପ୍ରାୟ ୧୪,୦୦୦ କଏଦୀ ରହୁଛନ୍ତି ।
ତିହାର ଜେଲରେ କିଛି ମାସ ଅନ୍ତରରେ କଏଦୀଙ୍କ ମେଡିକାଲ ସ୍କ୍ରିନିଂ କରାଯାଇଥାଏ । ନିକଟରେ ନୂତନ ଡିଜି ସତୀଶ ଗୋଲଚା ତିହାଡ ଜେଲର ଦାୟିତ୍ୱ ଗ୍ରହଣ କରିବା ପରେ ମେ ଏବଂ ଜୁନ ମାସରେ ୧୦,୫୦୦ କଏଦୀମାନଙ୍କ ମେଡିକାଲ ପରୀକ୍ଷା କରାଯାଇଥିଲା ଏବଂ ସମସ୍ତ କଏଦୀଙ୍କର ଏଚ.ଆଇ.ଭି ପରକ୍ଷା ମଧ୍ୟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୨୫ ଜଣ କଏଦୀଙ୍କୁ ଏଚ.ଆଇ.ଭି ଥିବା ଜଣା ପଡିଥିଲା ।
ଏଥିରେ ଉଲ୍ଲେଖ ଯୋଗ୍ୟ ବିଷୟ ହେଉଛି ଯେ, ସବୁ କଏଦୀଙ୍କ ନିକଟରେ ଏଡ୍ସ ନାହିଁ । ଯେତେବେଳେ ଏହି ସବୁ କଏଦୀମାନେ ବାହାରରୁ ଜେଲକୁ ଆସିଥିଲେ ସେହି ସମୟରେ ଏହି ସମସ୍ତ କଏଦୀଙ୍କ ମେଡିକାଲ ପରୀକ୍ଷା କରାଯାଇଥିଲା ଏବଂ ସେତେବେଳେ ମଧ୍ୟ ଏହି ୧୨୫ ଜଣ ଏଚ.ଆଇ.ଭି ପଜିଟିଭ୍ ଥିଲେ । କଏଦୀ ମାନେ ଜେଲକୁ ଆସିବା ପୂର୍ବରୁ ତାଙ୍କର ମେଡିକାଲ ଟେଷ୍ଟ କରାଯାଇଥାଏ ଏହି ନିୟମ ପ୍ରତ୍ୟେକ ଜେଲରେ ଥାଏ । ବର୍ତ୍ତମାନ ପୁର୍ନବାର ଯେତେବେଳେ ଏକାଧିକ କଏଦୀଙ୍କର ମେଡିକାଲ ପରୀକ୍ଷା କରାଯାଇଥିଲା । କେବଳ ଏହି ୧୨୫ ଜଣ କଏଦୀ ଏଡ୍ସର ଶୀକାର ହୋଇଥିବା ଜଣା ପଡିଥିଲା ।
ଏହା ବ୍ୟତୀତ ୧୦ ହଜାର ୫୦୦ କଏଦୀଙ୍କ ମଧ୍ୟରୁ ୨୦୦ ଜଣଙ୍କୁ ସିଫିଲିସ ରୋଗ ଅର୍ଥାତ୍ ଚର୍ମ ସଂକ୍ରମଣ ଥିବା ଜଣାପଡିଛି । କିନ୍ତୁ ଏହି ସବୁ ବନ୍ଦୀମାନଙ୍କ ମଧ୍ୟରେ ଯକ୍ଷ୍ମା ରୋଗର କୌଣସି ମାମଲା ଦେଖିବା ପାଇଁ ମିଳିନାହିଁ ।