କନକ ବ୍ୟୁରୋ : ଖବର ପଢ଼ୁପଢ଼ୁ, ଲେଖୁଲେଖୁ ବା ସଂଗ୍ରହ କରୁ କରୁ ଖବର ପାଲଟି ଯାଉଛନ୍ତି ସାମ୍ବାଦିକ । କରୋନା ଭୂତାଣୁର ଭୟାବହତା ନେଇ ଲୋକଙ୍କୁ ସତର୍କ କରିବା ହେଉ କି ଅସୁବିଧାରେ ପଡିଥିବା ଲୋକଙ୍କ ସମସ୍ୟାକୁ ଆଗକୁ ଆଣୁଥିବା ଏହି ସମ୍ମୁଖ ଯୋଦ୍ଧାଙ୍କର ପ୍ରତିଦିନ ମୃତ୍ୟୁ ହେଉଛି । ତଥ୍ୟ ଅନୁସାରେ, ପ୍ରତିଦିନ ଯାଉଛି ୪ ସାମ୍ବାଦିକଙ୍କ ଜୀବନ । କେବଳ ଏପ୍ରିଲ ମାସରେ ୧୨୫ଜଣଙ୍କର ମୃତ୍ୟୁ ହେଲାଣି । ଏହା ଦେଖିବା ପରେ ଲାଗୁଛି, ସତେ ଯେମିତି କରୋନା ଭୂତାଣୁର ମୁଖ୍ୟ ଟାର୍ଗେଟ ବନି ଯାଇଛନ୍ତି ସାମ୍ବାଦିକ ।
ଯୁଦ୍ଧ ଚାଲିଛି, ଆଉ ଜଣେ ପରେ ଜଣେ ଯୋଦ୍ଧା ଟଳିପଡୁଛନ୍ତି । ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ସମ୍ମୁଖ ଯୋଦ୍ଧା ସାଜିଥିବା ସାମ୍ବାଦିକଙ୍କ ମୃତ୍ୟୁର ଖବର, ନିୟମିତ ବ୍ୟବଧାନରେ ଆସିବା ସମସ୍ତଙ୍କୁ ବିଚଳିତ କରିଦେଇଛି । ଆଉ ତାଠୁ ଅଧିକ ବିଚଳିତ କରୁଛି, ମୁଖ୍ୟକୁ ନେଇ ଆସିଥିବା ପରିସଂଖ୍ୟାନ ।
କାଳ ସାଜିଛି କରୋନାର ଦ୍ୱିତୀୟ ଲହର । ପ୍ରତିଦିନ ଯାଉଛି ୪ ସାମ୍ବାଦିକଙ୍କ ଜୀବନ । ଅନେକ ଚିହ୍ନା ମୁହଁ ଏବଂ ପରିଚିତ ଚେହେରାଙ୍କୁ ଛଡ଼ାଇ ନେଇଛି କରୋନା । କରୋନାର ଦ୍ୱିତୀୟ ଲହରି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏପ୍ରିଲ ମାସରେ ଶତାଧିକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଗ୍ରାଫିକ୍ସ ‘ମିଡ଼ିଆ ୱାଚଡଗ’ର ତାଲିକା ଅନୁସାରେ କେବଳ ଏପ୍ରିଲ ମାସରେ ୧୨୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ପ୍ରତିଦିନ ୪ରୁ ଅଧିକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଗତ ୨ଟି ସପ୍ତାହରେ ୫୦ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ।
‘ମିଡ଼ିଆ ୱାଚଡଗ’ର ତଥ୍ୟଠାରୁ ବି ଅଧିକ ରହିଛି ନେଟୱାକ୍ ଅଫ୍ ୱିମେନ ଇନ୍ ମିଡ଼ିଆର ଆକଳନ । ଏହି ସଂସ୍ଥାର ଦାବି ହେଉଛି, କେବଳ ଏପ୍ରିଲ ମାସରେ ୧୭୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏଥିରେ କପି ରାଇଟର, କ୍ୟାମେରା ପର୍ସନ୍, ସମ୍ପାଦକ, ଷ୍ଟ୍ରିଞ୍ଜର ଏବଂ ଅନ୍ୟାନ୍ୟ ମିଡିଆ କର୍ମଚାରୀଙ୍କୁ ବି ତାଲିକା ଭୁକ୍ତ କରାଯାଇଛି ।
ସାରା ଭାରତ ଭଳି ଓଡ଼ିଶାରେ ସାମ୍ବାଦିକଙ୍କ ସ୍ଥିତି ସଂଗୀନ୍ । କରୋନା କାଳରେ ମହାମାରୀ ଯୋଗୁଁ ସାମ୍ବାଦିକଙ୍କ ମୃତ୍ୟୁ ତାଲିକା ଲମ୍ବିବାରେ ଲାଗଛି ।
ଯତୀଶ ଖମାରୀ, ସମ୍ବାଦ, ବଲାଙ୍ଗୀର
ମନୋଜ ସାହୁ, ନିତିଦିନ, ଚିକିଟି
ଗୋବିନ୍ଦ ବେହେରା, ନ୍ୟୁଜ୍୬, କୁକୁଡ଼ାଖଣ୍ଡିି
ମାନସ ଜୟପୁରିଆ, ଜୀ ଓଡ଼ିଶା, ସମ୍ବଲପୁୁର
ଅମଜାଦ ବାଦଶାହା, ଏନଏଫଟିଭି, ଝାରସୁଗୁଡ଼ା
ଭାନୁପ୍ରକାଶ ରଥ, ନକ୍ଷତ୍ର ଟିଭି, ଭବାନୀପାଟଣା
ଅଦ୍ୱେତ ପ୍ରସାଦ ବିଶ୍ୱାଳ, ଶ୍ରମିକ ମାଳିକା, ରାଉରକେଲା
ସୁବାସ ସାହାରେ, ଶାସକ-ପ୍ରଶାସକ, ଝାରସୁଗୁଡ଼ା
ଦେବେନ୍ଦ୍ର ସାମନ୍ତରାୟ, ସମ୍ବାଦ, ସମ୍ବଲପୁର
ପ୍ରୀତିମାନ ମହାପାତ୍ର, ଟାଇମ୍ସ ଅଫ ଇଣ୍ଡିଆ, ଭୁବନେଶ୍ୱର
କରୁଣାକର ସାହୁ, ସମ୍ବାଦ କଳିଆ, ହିଞ୍ଜିିଳିକାଟୁ
ହରିଶ ଚନ୍ଦ୍ର ଶା, ସମୟ, ସିମିଳିଗୁଡ଼ା
ସୁଦାମ ଚରଣ ନାୟକ, ପ୍ରମେୟ, କେ, ନୂଆଗାଁ
ଶୁଭ୍ରାଂଶୁ ମିଶ୍ର, ସମ୍ବାଦ, ସାଲେଭଟା ବଲାଙ୍ଗୀର
ମନୋଜ ବେବୋର୍ତା, ନ୍ୟୁଜ୍୧୮, କଟକ
ସୁମିତ ଓଙ୍କା, ପାଓନିୟର, ଜୟପୁର
ପ୍ରଦୀପ ସାହୁ, ସମ୍ବାଦ, ଗଞ୍ଜାମ
ମୃତ୍ୟୁର ଏହି ସଂଖ୍ୟା ହୁଏତ ସମସ୍ତଙ୍କୁ ମର୍ମାହତ କରିବ । କିନ୍ତୁ କେବଳ ମର୍ମାହତ କଲେ ଚଳିବ ନାହିଁ । ବରଂ ଏହାର ପ୍ରତିକାର ପାଇଁ ସାମ୍ବାଦିକମାନଙ୍କୁ ଉଚ୍ଚସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରଶାସନ ଓ ସରକାର ଆଗେଇ ଆସିବା ଦରକାର ।