ଭୋଟ ପାଇଁ ବିଜେଡିର ମାଷ୍ଟରଷ୍ଟ୍ରୋକ୍ । ରାଜ୍ୟର ୩୦ ଜିଲ୍ଲାର ଅଢ଼େଇ ଲକ୍ଷ ମିଶନ ଶକ୍ତି ଗ୍ରୁପକୁ ଦିଆଗଲା ୧୨୫ କୋଟି ଟଙ୍କାର ସୁଧ ରିହାତି ।

ବିଜେପିର ଅଭିଯୋଗ, ଘୋଷଣା ପଛରେ ଅଛି ଭୋଟ ରାଜନୀତି

214

କନକ ବ୍ୟୁରୋ: ଏସଏଚଜି ମହିଳା ମାଲାମାଲ । ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଲେ ରାଜ୍ୟ ସରକାର । ଏହାଦ୍ୱାରା ଅଢେଇ ଲକ୍ଷ ଗ୍ରୁପକୁ ୧୨୫ କୋଟି ଟଙ୍କା ଦେଇଛନ୍ତି ସରକାର । ଏପରି ଘୋଷଣା କରି ସରକାର ମହିଳା ସଶକ୍ତିକରଣ କଥା କହିଛନ୍ତି । ହେଲେ ବିରୋଧୀ ଏହାକୁ ଭୋଟ୍ ରାଜନୀତି ବୋଲି କହିଛନ୍ତି । ବିଭିନ୍ନ ନିର୍ବାଚନରେ ବିଜେଡି ପାଇଁ ମହିଳା ବଡ ଭୋଟ ବ୍ୟାଙ୍କ ପାଲଟିଛନ୍ତି । ତେଣୁ ମହିଳା ଭୋଟ ହାତେଇବା ପାଇଁ ସରକାର ଏପରି ଅନେକ ଘୋଷଣା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

  • ମିଶନ ଶକ୍ତି ଗ୍ରୁପକୁ ସୁଧ ରିହାତି
  • ୨.୫ ଲକ୍ଷ ଗ୍ରୁପକୁ ଦିଆଗଲା ୧୨୫ କୋଟି ଟଙ୍କା
  • ହୁଳହୁଳି ଓ କରତାଳିରେ ନବୀନଙ୍କ ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ

ଲୋକସେବା ଭବନ କନଭେନସନ୍ ସେଣ୍ଟର ଆଜି ହୁଳହୁଳି ଓ କରତାଳିରେ ଫାଟି ପଡିଥିଲା । ଅବସର ଥିଲା, ମିଶନ ଶକ୍ତି ଗ୍ରୁପକୁ ସୁଧ ରିହାତି ପ୍ରଦାନ କରିବା କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ଯୋଗ ଦେଇଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ଗ୍ରୁପର ମହିଳାମାନେ ।

ମିଶନ ଶକ୍ତି ଗ୍ରୁପକୁ ସୁଧ ରିହାତି

  • ରାଜ୍ୟର ୩୦ ଜିଲ୍ଲାର ୨,୫ ଲକ୍ଷ ମିଶନ ଶକ୍ତି ଗ୍ରୁପକୁ ଦିଆଗଲା ସୁଧ ରିହାତି
  • ୬ ମାସରେ ୧୨୫ କୋଟି ଟଙ୍କାର ସୁଧ ରିହାତି ଦେଲେ ରାଜ୍ୟ ସରକାର

ତେବେ ମିଶନ ଶକ୍ତି ଗ୍ରୁପଗୁଡିକୁ ଶକ୍ତିଶାଳୀ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି …

  • ଆଜି ମିଶନ ଶକ୍ତି ଏକ ସ୍ଲୋଗାନ ନୁହେଁ, ଏହା ମା’ମାନଙ୍କର ଜୀବନ ଧାରା
  • ବିନା ସୁଧରେ ଦିଆଯାଉଛି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
  • ଜିଲ୍ଲାସ୍ତରୀୟ ଫେଡେରେସନକୁ ୧ କୋଟି ଟଙ୍କା
  • ବ୍ଲକ୍ ଫେଡେରେସନକୁ ମିଳିବ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ
  • ଆଗାମୀ ୫ ବର୍ଷର ମିଳିବ ୫୦ ହଜାର କୋଟି ଟଙ୍କାର ଋଣ
  • ଦିଆଯିବ ୧୨୦୦ କୋଟି ଟଙ୍କାର ସୁଧ ରିହାତି

ସୂଚନାଯୋଗ୍ୟ ଯେ, ସାଢ଼େ ୬ ଲକ୍ଷ ମିଶନ ଶକ୍ତି ଗ୍ରୁପରେ ଅଛନ୍ତି ୭୦ ଲକ୍ଷ ମହିଳା । କୁହାଯାଏ, ଏହିମାନଙ୍କ ଭୋଟ ନିର୍ବାଚନରେ ନିର୍ଣ୍ଣାୟକ ହୋଇଥାଏ । ବିରୋଧୀ ଦଳର ଅଭିଯୋଗ, ମହିଳା ଭୋଟ ହାତେଇବା ପାଇଁ ଅନେକ ଘୋଷଣା କରୁଛନ୍ତି ସରକାର । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ଭୋଟ ପାଇଁ ଆରମ୍ଭ ହୋଇଯାଇଛି କସରତ । ବିଗତ ୨ଟି ଉପ ନିର୍ବାଚନରେ ବେଶ ସକ୍ରିୟ ରହିଥିଲେ ମହିଳାମାନେ । ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ସେମାନଙ୍କ ଭୂମିକା ବାରି ହୋଇ ପଡିଥିଲା ।