ଭୂତାଣୁ କବଳରେ ଭୁବନେଶ୍ୱର । ଆଜି ରାଜଧାନୀରୁ ଚିହ୍ନଟ ହେଲେ ୧,୨୯୪ କରୋନା ପଜିଟିଭ । ସେପଟେ ସୁସ୍ଥ ହେଲେ ୮୦୩ ଜଣ

Advertisment
ସଂକ୍ରମଣ କମିଲା, ସୁସ୍ଥ ସଂଖ୍ୟା ବଢିଲା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯୧୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୧୦୨ ଜଣ  

କନକ ବ୍ୟୁରୋ: କରୋନା କବଳରେ ରାଜଧାନୀ ଭୁବନେଶ୍ୱର । ଆଜି ଭୁବନେଶ୍ୱରରୁ ୧,୨୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୬୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୨୩ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୮୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ୱରର ଜୟଦେବ ବିହାର, ଆଚାଯ ର୍୍ୟ ବିହାର, ସତ୍ୟନଗର, ସହିଦ ନଗର, ପଟିଆ, ମଞ୍ଚେଶ୍ୱର, ଝାରପଡା, ହଂସପାଳ, ବଡଗଡ, ରଙ୍ଗମାଟିଆ, ରସୁଲଗଡ, ଖଣ୍ଡଗିରି ଆଦି ଅଞ୍ଚଳରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଭୁବନେଶ୍ୱରରେ କଟକଣା କଡାକଡି କରାଯାଇଛି ।

ବର୍ତ୍ତମାନ ରାଜଧାନୀରେ ୫୭,୦୬୬ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪୫,୫୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ୧୧,୧୭୮ ଜଣ ସକ୍ରିୟ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe