ଗଂଜାମ ପରେ ବଢୁଛି ଭୁବନେଶ୍ୱର ଚିନ୍ତା: ଦିନକରେ ୧୨୪ ଆକ୍ରାନ୍ତ, ଗତ ୯ ଦିନରେ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଲେଣି ୫୧୮ଆକ୍ରାନ୍ତ

Advertisment
ଗଂଜାମ ପରେ ବଢୁଛି ଭୁବନେଶ୍ୱର ଚିନ୍ତା: ଦିନକରେ ୧୨୪ ଆକ୍ରାନ୍ତ, ଗତ ୯ ଦିନରେ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଲେଣି ୫୧୮ଆକ୍ରାନ୍ତ

କନକ ବ୍ୟୁରୋ: ଗଂଜାମ ପରେ ଚିନ୍ତା ବଢାଇଛି କରୋନା । ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ଭୁବନେଶ୍ୱରରୁ ୧୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେନଟିନ ସେଂଟରରୁ  ୭୨ ଜଣ  ଥିବା ବେଳେ  ଲୋକାଲ କଂଟାକ୍ଟ ୫୨ ଜଣ । ଭୁବନେଶ୍ୱରରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ହଜାରେ ୪୩ରେ ପହଚିଂଥିବା ବେଳେ ଗତ ୯ ଦିନରେ ୫୧୮ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜୁଲାଇ ୯ ତାରିଖରେ  ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଜୁଲାଇ ୧୦ରେ ୪୫ ଜଣ,ଜୁଲାଇ ୧୧ରେ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଜୁଲାଇ ୧୨ରେ ୬୪ ଜଣ ଆକ୍ରାନ୍ତ, ଜୁଲାଇ ୧୩ରେ ୧୪ ଜଣ ଆକ୍ରାନ୍ତ, ଜୁଳାଇ ୧୪ରେ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇ ୧୫ରେ ୯୦ ଜଣ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ । ସେହିପରି ଜୁଲାଇ ୧୬ରେ ଖୋର୍ଦ୍ଧାରୁ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବେଳ ଭୁବନେଶ୍ୱରରୁ ଥିଲେ ୬୦ ଜଣ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe