ବିଶ୍ୱରେ ଚହଳ ସୃଷ୍ଟି କରିଥିବା ଭାରତୀୟ ! ଯେଉଁମାନେ ଭାରତକୁ ବିଶ୍ୱସ୍ତରରେ ଗର୍ବାନ୍ୱିତ କରାଇଛନ୍ତି ।

32

ଭାରତର କୋଣ ଅନୁକୋଣରେ ପ୍ରତିଭାର ଗନ୍ତାଘର ଗଚ୍ଛିତ ହୋଇ ରହିଛି । ସମ୍ପୁର୍ଣ୍ଣ ଦେଶରେ ଭାରତଠାରୁ ଜ୍ଞାନୀଗୁଣି ଏବଂ ପ୍ରତିଭାବାନ୍ ବ୍ୟକ୍ତିତ୍ୱ ଆଉ କେଉଁଠାରେ ଦେଖିବାକୁ ମିଳେନାହିଁ । ତେବେ ବିଶ୍ୱଦରବାରରେ ଏଭଳି କିଛି ଲୋକ ଅଛନ୍ତି ଯାହାଙ୍କ ନାଁ ତାଙ୍କ କର୍ମରୁ ଜଣାପଡିଛି । ଏହି ବ୍ୟକ୍ତିତ୍ୱ ଭାରତ ପାଇଁ ଗର୍ବର ବିଷୟ ପାଲଟିଛନ୍ତି । ତେବେ ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ କିଛି । ସୁନ୍ଦର ପିଚାଇ :
ସୁନ୍ଦର ପିଚାଇଙ୍କୁ ଅବା କିଏ ନଜାଣେ । ଅନଲାଇନ୍ ପ୍ଲାଟଫର୍ମ ଗୁଗୁଲର ସିଇଓ ହେଉଛନ୍ତିି ସୁନ୍ଦର ପିଚାଇ । ୪୫ ବର୍ଷୀୟ ସୁନ୍ଦର ତାମିଲନାଡୁର ମଦୁରାଇ ସହରରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କ ପ୍ରତିଭାକୁ ଏବେ ବିଶ୍ୱଦରବାରରେ ସ୍ୱତନ୍ତ୍ର ସମ୍ମାନ ଦିଆଯାଉଛି ।
ଲକ୍ଷ୍ମୀ ଏନ୍ ମିତଲ୍ :
୬୭ ବର୍ଷୀୟ ଲକ୍ଷ୍ମୀ ଏନ୍ ମିତଲ୍ ହେଉଛନ୍ତି ଆର୍ସେଲର ମିତଲର ସିଇଓ । ରାଜସ୍ଥାନର ଶାଦୁଲପୁର ଗ୍ରାମରୁ ଆସିଥିବା ଲକ୍ଷ୍ମୀ ଏନ୍ ମିତଲ୍ ଏବେ ନ୍ୟୁୟର୍କର ଦ୍ୱିତୀୟ ଧନୀଶାଳୀ ବ୍ୟକ୍ତିଙ୍କ ତାଲିକାରେ ନିଜକୁ ରଖିପାରିଛନ୍ତି ।
ଇନ୍ଦିରା କ୍ରିଷ୍ଣମୂର୍ତ୍ତି ନୁଇ :
ତାମିଲନାଡୁ ରାଜ୍ୟରୁ ଆସିଥିବା ୬୨ ବର୍ଷୀୟା ଇନ୍ଦିରା କ୍ରିଷ୍ଣମୂର୍ତ୍ତି ହେଉଛନ୍ତି ପେପ୍ସିକୋର ସିଇଓ ଏବଂ ଚେୟାରପର୍ସନ । ଗତବର୍ଷ ଆମେରିକାରେ ଇନ୍ଦିରାଙ୍କୁ ନିଡର ମହିଳା ବ୍ୟବସାୟୀର ମାନ୍ୟତା ଦିଆଯାଇଥିଲା । ସେ ନିଜ ସଚ୍ଚୋଟତା ଏବଂ ନିଡରତା ପାଇଁ ବ୍ୟବସାୟିକ କ୍ଷେତ୍ରରେ ବିଶ୍ୱରେ ପରିଚିତ ଏବଂ ପ୍ରସିଦ୍ଧ ହୋଇ ପାରିଛନ୍ତି । ସତ୍ୟ ନାଡେଲା :
ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରୁ ଆସିଥିବା ୫୦ ବର୍ଷୀୟା ସତ୍ୟ ନାଡେଲା ବହୁ ଚର୍ଚ୍ଚିତ ମାଇକ୍ରୋସଫ୍ଟ କମ୍ପାନୀର ସିଇଓ ରହିଆସିଛନ୍ତି । ନିଜ କର୍ମ ପ୍ରବଣତା ଏବଂ କଠିନ ପରିଶ୍ରମ ଯୋଗୁଁ ସେ ଆଜି ଦୁନିଆର ପ୍ରତିକୋଣରେ ପରିଚିତ ହୋଇପାରିଛନ୍ତି ।

ୟୁସୁଫ୍ ହେମିଦି :
୨୦୧୭ ମସିହା ଅକ୍ଟୋବର ମାସରେ ୮୧ ବର୍ଷୀୟ ୟୁସୁଫ୍ ହେମିଦିଙ୍କୁ ଆମେରିକାର କୋଲୋମ୍ବିଆ ବିଶ୍ୱବିଦ୍ୟାଳୟରୁ ଅସାଧାରଣ ମାନବୀୟ ଏବଂ ସାମାଜିକ ପ୍ରୟାସ ଏବଂ ଏଚଆଇଭି ଏଙ୍ଗସର ସଚେତନତା ପାଇଁ ଅଗ୍ରଣୀ ଭୁମିକା ନେବା ପାଇଁ ସମ୍ମାନିତ କରାଯାଇଛି ।