ମେଟ୍ରୋ ଷ୍ଟେସନରେ ପ୍ରେମୀ ଯୁଗଳ ଆଲିଙ୍ଗନ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାର ଆକ୍ରୋସର ଶିକାର ହୋଇଛନ୍ତି। କୋଲକାତାର ଦମଦମ ମେଟ୍ରୋ ଷ୍ଟେସନରେ ଏପରି ଘଟଣା ଦେଖିବାକୁ ମିଳିଛି । କୋଲକାତାର ଏକ ଆଞ୍ଚଳିକ ଖବରକାଗଜରେ ଘଟଣା ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାଇ ଯୁବକ ଏବଂ ଯୁବତୀଙ୍କୁ ଆଲିଙ୍ଗନ କରୁଥିବାର ଦେଖି ଜଣେ ବୃଦ୍ଧା ବିରକ୍ତି ପ୍ରକାଶ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା । ଧିରେ ଧିରେ ପରିସ୍ଥିତି ବିଗିଡିବାକୁ ଲାଗିଲା। ବୃଦ୍ଧା ବ୍ୟକ୍ତିଙ୍କ ସହ ଅନ୍ୟ କିଛି ଲୋକେ ପ୍ରେମୀଯୁଗଳଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଦେଇଥିଲେ ।publive-imageପ୍ରତକ୍ଷ୍ୟଦର୍ଶୀ ଅଜବଳ ଚକ୍ରବର୍ତ୍ତୀଙ୍କ କହିବା ଅନୁସାରେ, ଲୋକମାନେ ପ୍ରେମୀଯୁଗଳଙ୍କୁ କହୁଥିଲେ ଯଦି ତୁମର ଆଲିଙ୍ଗନ କରିବାର ଅଛି ତାହାଲେ ତୁମେ ହୋଟେଲ କିମ୍ବା ପାର୍କକୁ ଯାଇ କର । ପ୍ରଥମରୁ ଏପରି କଥା କହି ପ୍ରେମୀଯୁଗଳଙ୍କ ସହ ର୍ଦୁବ୍ୟବହାର କରିଥିଲେ । କିଛି ବ୍ୟକ୍ତି ପ୍ରେମୀଯୁଗଳଙ୍କୁ ଦମଦମ ଷ୍ଟେସନ ଆସୁ ତୁମକୁ ଦେଖିନେବୁ ବୋଲି କହି ଧମକ ମଧ୍ୟ ଦେଇଥିଲେ । ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଲୋକେ ଯୁବକକୁ ବାହାରକୁ ଭିଡିଆଣି ତଳେ ପକାଇ ଗୋଇଠା ବିଧା ମାରିଥିଲେ, ଯୁବତୀ ଜଣକ ତାଙ୍କ ସାଥୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଲୋକଙ୍କ ଆକ୍ରୋସରୁ ବଞ୍ଚିନଥିଲେ । ପୁଲିସ ସୂଚନା ମୁତାବକ ଏ ପର୍ୟ୍ୟନ୍ତ ଏ ଘଟଣାକୁ ନେଇ କୌଣସି ଅଭିଯୋଗ ହୋଇନାହିଁ । ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଜାରି ରଖଛି ।

Advertisment