ଆଜି ପର୍ଯ୍ୟନ୍ତ ଆପଣ ଥଣ୍ଡାପାନୀୟ ପିଇବାର ଅନେକ ସମସ୍ୟ।। ସମ୍ବନ୍ଧରେ ଶୁଣିଥିବେ । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି କୋଲଡ୍ରିଙ୍କ୍ କିଣିବାର ଏକ ଫାଇଦା ମଧ୍ୟ ରହିଛି । କ’ଣ ଆପଣ ଜାଣିଛନ୍ତି କି ଏହା ସାହାର୍ଯ୍ୟରେ ଆପଣ ଡେଙ୍ଗୁ,ମ୍ୟାଲେରିଆ ଭଳି ମଶାମାନଙ୍କଠାରୁ ଖୁବ୍ ସହଜରେ ବଚିଂପାରିବେ । ଏଠାରେ ଆମେ ଆପଣଙ୍କୁ କୋଲଡ୍ରିଙ୍କ୍ ବୋତଲକୁ କିଭଳି ଭାବେ ମଶା ଘଉଡାଇବା ପାଇଁ ବ୍ୟବହାର କରିପାରିବେ ସେ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କ ଘରେ ଖାଲି କୋଲଡ୍ରିଙ୍କ୍ ବୋତଲ ଅଛି ତେବେ ଏହାକୁ ଫୋପାଡିବାର ଭୁଲ୍ ନକରି ଏହାକୁ ମଶା ଘଉଡାଇବା ପାଇଁ ଆପଣ ବ୍ୟବହାର କରିପାରିବେ । ଏଥିରେ ଆପଣ “ମଶାମରା ଟ୍ରାପ୍” ପ୍ରସ୍ତୁତ କରିପାରିବେ ।
ବଜାରରେ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଆପଣ ବିଭିନ୍ନ ପ୍ରକାର ମଶା ଉପଦ୍ରବ ଯେଭଳି କଏଲ୍, ଶରୀରରେ ଲଗାଇବା ପାଇଁ ଓଡୋମଶ୍ ,ଅଲଆଉଟ୍,ମୋର୍ଟିନ୍ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇଜ୍ କିଣିଥାନ୍ତି । କିନ୍ତୁ ଏହି ଦେଶୀ ଔଷଧି ବ୍ୟବହାର କରିବା ପରେ ଆପଣ ଆଉ କ୍ୟାମିକାଲଯୁକ୍ତ ପ୍ରଡକ୍ଟ ବ୍ୟବହାର କରିବା ଭୁଲିଯିବେ । ତେବେ ଆମେ ଏଠାରେ ଆପଣଙ୍କୁ କହିରଖୁଛୁ ଖୁବ୍ କମ୍ ସମୟରେ ଏବଂ କମ୍ ଖର୍ଚ୍ଚରେ ଆପଣ ଏହାକୁ ପ୍ରସ୍ତୁତ କରିପାରିବେ । ଏହାକୁ ଆପଣ ଘରେ ବ୍ୟବହୃତ ହେଉନଥିବା ସାମଗ୍ରୀରୁ ମଧ୍ୟ ପ୍ରସ୍ତୁତ କରିପାରିବେ । ଏହି ଟ୍ରାପର ସବୁଠାରୁ ଖାସ୍ କଥା ହେଉଛି ବୋତଲ ଭିତରେ ଏଭଳି ଏକ ଲିକ୍ୱିଡ୍ ପୁରାଯାଏ ଯାହା ମଶାଙ୍କୁ ଆକର୍ଷିତ କରିଥାଏ । ମଶା ଆପେ ଆପେ ଏହି ବୋତଲ ଭିତରକୁ ଚାଲିଆସିବେ,ଯାହାଦ୍ୱାରା ଭିତରକୁ ଆସୁଥିବା ମଶା ମଧ୍ୟ ପୁନଶ୍ଚ ବାହାରକୁ ବାହାରି ପାରିବେ ନାହିଁ ।
ସାମଗ୍ରୀ :
୧. ୨.୫ ଲିଟରର ଏକ କୋଲଡ୍ରିଙ୍କ୍ ର ଖାଲି ବୋତଲ
୨. ୫୦୦ ମି.ଲି ପାଣି
୩. ଅଧା ଚାମଚ ମହୁ
୪. ଚଉଡା ପ୍ୟାକିଙ୍ଗ୍ ଟେପ୍
୫. ୨ ଚାମଚ ଚିନି
୬. କଇଁଚି କିମ୍ବା ପେପର ଛୁରୀ ।
କିଭଳି କରିବେ ପ୍ରସ୍ତୁତି :
ପ୍ରଥମେ ଆପଣ ବୋତଲଟିକୁ ମଝିରୁ କାଟି ନିଅନ୍ତୁ । ଏଥିରେ ପାଣି ଏବଂ ଦୁଇ ଚାମଚ ଚିନି ମିଶାଇ ଭଲଭାବରେ ଗୋଳାନ୍ତୁ । ପାଣିର ରଙ୍ଗ ବ୍ରାଉନ୍ ହୋଇଗଲା ପରେ ଏଥିରେ କିଛି ମହୁ ମିଶାନ୍ତୁ । ମହୁକୁ ଅଧାକଟା ଯାଇଥିବା ବୋତଲ ଉପରେ ମଧ୍ୟ ଲଗାନ୍ତୁ । ଏହାପରେ ଆପଣ ବୋତଲର ଅଧାକଟା ଅଂଶକୁ ଆର ବୋତଲର ଉପରେ ଓଲଟାଇ ରଖନ୍ତୁ ଏବଂ କଟା ଯାଇଥିବା ଦୁଇ ବୋତଲକୁ ଟେପ୍ ସାହାଯ୍ୟରେ ବାଲାନ୍ସ କରନ୍ତୁ । ଉପରୁ ବଳିଯାଉଥିବା ଅଧା ବୋତଲକୁ ଭଲ ଭାବରେ କାରି ଦିଅନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/Capture-7.png)
/kanak/media/post_attachments/wp-content/uploads/2018/09/maxresdefault-12-300x230.jpg)
/kanak/media/post_attachments/wp-content/uploads/2018/09/mosquito_trap_2_151489320-300x233.jpg)