ଅନେକ ସମୟରେ ଆମ ନାକ ବନ୍ଦ ହୋଇ ଯାଇଥାଏ ବା ନାକରେ ମଇଳା ଜମି ଯାଇଥାଏ । ଏହାକୁ ନେଇ ଆମେ ଚିନ୍ତିତ ହୋଇଥାଉ । ଅଧିକ ମାତ୍ରାରେ ନାଜାଲ ସ୍ପ୍ରେ କରିଥାଉ ନାକରେ । ତେବେ ମନେ ରଖନ୍ତୁ , ଅଧିକ ମାତ୍ରାରେ ନାଜାଲ ସ୍ପ୍ରେର ପ୍ରୟୋଗ କରିବା ଘାତକ ସାବ୍ୟସ୍ତ ହୋଇଥାଏ ।
ଡାକ୍ତରଙ୍କ ପରାମର୍ଶକ୍ରମେ ନାଜାଲ୍ ସ୍ପ୍ରେର ପ୍ରୟୋଗ କରିବା ଉଚିତ୍ । କିନ୍ତୁ ତା’ଠାରୁ ଅଧିକ ଡୋଜ୍ ନିଅନ୍ତି, ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହେବ । ବିଶେଷ କରି ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ, ଥାଇରଏଡ୍ ବା ମୂତ୍ରଜନିତ କୌଣସି ରୋଗ ଥାଏ, ତେବେ ନାଜାଲ୍ ସ୍ପ୍ରେର ବ୍ୟବହାର ନ କରିବା ଭଲ । କାରଣ ଏହି ସ୍ପ୍ରେ ରକ୍ତଚାପ ବୃଦ୍ଧି କରିଥାଏ । ଫଳରେ ଦେହ ଭଲ ହେବା ବଦଳରେ ଉଦବେଗ ବୃଦ୍ଧି ପାଇଥାଏ ଓ ନିଦ୍ରାଜନିତ ସମସ୍ୟା ବି ଦେଖା ଦେଇଥାଏ । ଯଦି ଆପଣ ଥଣ୍ଡା ଯୋଗୁଁ ଅସ୍ତବ୍ୟସ୍ତ ହୋଇ ନାଜାଲ୍ ସ୍ପ୍ରେର ପ୍ରୟୋଗ କରୁଥାନ୍ତି, ତେବେ ତାହା ସ୍ଥାୟୀ ସମାଧାନ ନୁହେଁ । ଏହା ଫଳରେ ଆପଣ ସାଇନସ ଭଳି ଗମ୍ଭୀର ରୋଗର ଆଶଙ୍କା ବୃଦ୍ଧି ପାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/newsEngin.18218514_shutterstock_149120252.jpg)
/kanak/media/post_attachments/wp-content/uploads/2018/10/1445632047-g-nasal-spray-120336584-300x150.jpg)