ପାରାଦୀପ ଗସ୍ତ କରି ଯୁଦ୍ଧଜାହାଜ ବୁଲି ଦେଖିଲେ ବିଧାୟକ । ଅତି ନିକଟରୁ ଦେଖିଲେ ନୌସେନାର ଶକ୍ତି ଓ ଯୁଦ୍ଧ କୌଶଳ ।

369

କନକ ବ୍ୟୁରୋ : ଯୁଦ୍ଧଜାହାଜ ବୁଲିଦେଖିଲେ ଲୋକପ୍ରତିନିଧି । ରାଜ୍ୟର ଶହେରୁ ଅଧିକ ବିଧାୟକ ମଙ୍ଗଳବାର ପାରାଦୀପ ଗସ୍ତ କରି ଭାରତୀୟ ନୌସେନାର ଶକ୍ତି ଓ ଯୁଦ୍ଧ କୌଶଳକୁ ଅତି ନିକଟରୁ ଦେଖିଛନ୍ତି । ଭୁବନେଶ୍ୱରରୁ ବସ୍ ଯୋଗେ ପାରାଦୀପ ଅଠରବାଙ୍କୀରେ ପହଂଚି ବିଜୁ ବାବୁଙ୍କ ପ୍ରତିମୂର୍ତିିରେ ମାଲ୍ୟାପଣ କରିଥିଲେ ବାଚସ୍ପତି ଓ ଅନ୍ୟ ସବୁ ବିଧାୟକ । ପରେ ବନ୍ଦରର ୫ ନମ୍ବର ଗେଟ୍ ଦେଇ ନୌସେନାର ଯୁଦ୍ଧଜାହାଜ ଆଇଏନଏସ୍ ଜଳସାରେ ପହଂଚିଥିଲେ ।

ପାଖାପାଖି ୧୦୦ କିଲୋମିଟର ସମୁଦ୍ର ଭିତରକୁ ଯାଇ ସେଠାରେ ବିଶାଖାପାଟଣାରୁ ଆସିଥିବା ୩ଟି ଯୁଦ୍ଧ ଜାହାଜ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ । ଆଇଏନଏସ୍ ସାହଦ୍ରି, ଆଇଏନଏସ ଶକ୍ତି ଓ ଆଇଏନଏସ୍ ସିବାଲିକ୍ ଏଥିରେ ସାମିଲ ହୋଇଥିଲେ । ଏପରିକି ଲଢ଼ୁଆ ଯୁଦ୍ଧବିମାନ ମଧ୍ୟ ଏହି କୌଶଳ ପ୍ରଦର୍ଶନରେ ସାମିଲ ହୋଇଥିଲା । ବିଧାୟକଙ୍କ ପାରାଦୀପ ଗସ୍ତ ନେଇ ଜଗତସିଂହପୁର ଜିଲ୍ଲା ପୁଲିସ୍ ଓ ନୌସେନା ପକ୍ଷରୁୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।