ଯୁଦ୍ଧଜାହାଜ ଦେଖିବେ ଲୋକପ୍ରତିନିଧି : ପାରାଦୀପ ଗସ୍ତରେ ରାଜ୍ୟର ୧୨୩ ବିଧାୟକ; ବୁଲିଦେଖିବେ ଆଇଏନଏସ ଜଲସା ଓ ଶିବଲିକ୍

799

କନକ ବ୍ୟୁରୋ : ଯୁଦ୍ଧଜାହାଜ ଦେଖିବେ ଲୋକପ୍ରତିନିଧି । ଆଜି ରାଜ୍ୟର ୧୨୩ ଲୋକପ୍ରତିନିଧି ଯୁଦ୍ଧଜାହାଜ ଦେଖିବାକୁ ଯାଇଛନ୍ତି ପାରାଦୀପ । ଏମାନେ ପାରାଦ୍ୱୀପରେ ଆଇଏନଏସ ଜଲସା, ଆଇଏନଓ ଜଲାସା ଦେଖିବେ । ବିଧାୟକ ସହ ବାଚସ୍ପତି ଓ ଅନେକ ମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି ।

ଏତେ ସ˚ଖ୍ୟାରେ ବିଧାୟକ ଏକାଠି ପାରାଦୀପ ଆସିବା, ପ୍ରଥମ ଘଟଣା। ଏଣୁ ଏହି କାର୍ଯ୍ୟକ୍ରମରେ ଯେମିତି କୌଣସି ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ନୌସେନା ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏ ନେଇ ନୌସେନା ବିଭାଗ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ପ୍ରାଥମିକ ସ୍ତରରେ କେବଳ ସୂଚନା ଦିଆଯାଇଛି। ‘ଆଇଏନ୍‌ଏସ୍‌ ଜଳସ୍ବା’ ହେଉଛି ଦେଶର ଦ୍ବିତୀୟ ବୃହତ୍ତମ ଯୁଦ୍ଧ ଜାହାଜ। ପୂର୍ବରୁ ଏହାର ନାଁ ‘ୟୁଏସ୍‌ଏସ୍‌ ଟ୍ରେ˚ଟନ’ ଥିଲା ।

ଏହାକୁ ଭାରତ କିଣିବା ପରେ ୨୦୦୭ ଜୁନ୍‌ ୨୨ରେ ଏହାର ନାଁକୁ ବଦଳାଯାଇ ‘ଆଇଏନ୍‌ଏସ୍‌ ଜଳସ୍ବା’ କରାଯାଇଛି। ଏହାର ବିଶେଷତ୍ବ ହେଲା ଏହା ଉଭୟ ଜଳ ଓ ସ୍ଥଳରେ ଚାଲିପାରିବ । ଏହାର ଦୈର୍ଘ୍ୟ ୫୭୦ ଫୁଟ୍‌ ହୋଇଥିବା ବେଳେ ଚଉଡ଼ା ୧୦୦ ଫୁଟ୍‌ ରହିଛି। ଏହା ଘ˚ଟାକୁ ୪୦ କିମି ବେଗରେ ଗତି କରିପାରେ । ୨୭ ଜଣ ଅଧିକାରୀ, ୩୮୦ ଜଣ ନାବିକଙ୍କ ମିଶାଇ ମୋଟ୍‌ ହଜାରେ ଜଣଙ୍କୁ ନେଇପାରିବା ଭଳି ଏହି ଜାହାଜର କ୍ଷମତା ରହିଛି । ୧୬,୬୦୦ ଟନ୍‌ ପର୍ଯ୍ୟନ୍ତ ମାଲ୍‌ପରିବହନ କରିପାରିବା ଭଳି କ୍ଷମତା ରଖିଛି ।