ପାକିସ୍ତାନର ଗୁଇନ୍ଦା ପାରାକୁ ନେଇ ଆସିଲା ରୋଚକ ତଥ୍ୟ: ପାରା କରୁନଥିଲା ଗୁଇନ୍ଦାଗିିରି; ପାକିସ୍ତାନର ଜଣେ ମତ୍ସ୍ୟଜୀବୀଙ୍କ ପାରା ହୋଇଥିବାରୁ ଛାଡିଦେଲା ଭାରତ

779

କନକ ବ୍ୟୁରୋ: ପାକିସ୍ତାନର ଗୁଇନ୍ଦା ପାରାକୁ ନେଇ ଆସିଛି ଏକ ରୋଚକ ତଥ୍ୟ । ଜାମ୍ମୁ-କାଶ୍ମୀର ପୋଲିସ ହାତରେ ଧରାପଡିଥିବା ପାରାଟି ଗୁଇନ୍ଦାଗାରି କରୁନଥିବା ଜଣାପଡିଛି । ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଅନୁସାରେ ପାରାଟିକୁ ଗୁରୁବାର ଛାଡି ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଜଣେ ମତ୍ସ୍ୟଜୀବୀ ପାରାଟି ତାଙ୍କର ବୋଲି ଦାବି କରିଥିଲେ । ସେହିପରି ପାରାଟିକୁ ଅନୁଧ୍ୟାନ କରିବା ପରେ କୌଣସି ସନ୍ଦେହ ଜନକ ସୂଚନା ପୋଲିସ ହାତରେ ଲାଗିନଥିଲା ।

ଏହା ଏକ ଗୁଇନ୍ଦା ପାରା ନଥିଲା ବୋଲି ସ୍ପଷ୍ଟ କରିଛନ୍ତି ଜାମ୍ମୁ-କାଶ୍ମୀର ପୋଲିସର ବରିଷ୍ଠ ଅଧିକାରୀ ଶୈଳେନ୍ଦ୍ର ମିଶ୍ର । ପାରାଟି ଜାମ୍ମୁ-କାଶ୍ମୀର ସୀମା ଆଗପଟେ ଏକ ଗାଁରେ ରହୁଥିବା ହବିବୁଲ ନାମକ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି । ଏକ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ପାରାଟି ଗୋଡରେ ଲାଗିଥିବା ରିଙ୍ଗରେ ତାଙ୍କ ମୋବାଇଲ ନମ୍ବର ରହିଥିଲା । ଯେଉଁ ରିଙ୍ଗକୁ ନେଇ ପାରାଟି ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଗାଁ ଲୋକେ ପାରାଟିକୁ ଧରି ପୋଲିସ ଜିମା ଦେଇଥିଲେ ।