ଘରେ ଝିଅ ଜନ୍ମ ହେଲା ମାତ୍ରେ ଝିଅର ଉଜ୍ୱଳ ଭବିଷ୍ୟତ କଥା ବାପା ମା’ ଚିନ୍ତା କରନ୍ତି । ଏଥିପାଇଁ ଭଲ ଇନଭେଷ୍ଟମେଣ୍ଟ ପଲିସି ମଧ୍ୟ ନେବାକୁ ପ୍ଲାନିଙ୍ଗ୍ କରନ୍ତି । ଆଜି ଆମକୁ ଏଲଆଇସିର ଏଭଳି ଏକ ପଲିସି ବିଷୟରେ କହିବାକୁ ଯାଉଛୁ ଯାହାକୁ ଏଲଆଇସି କେବଳ ଝିଅ ବିବାହ କରିବା ପାଇଁ ହିଁ ହୋଇଛି । ଏଲଆଇସି ତରଫରୁ ଏହି ପଲିସିର ନାଁ କନ୍ୟାଦାନ ଯୋଜନା ରଖାଯାଇଛି । ଏହି ଯୋଜନାରେ ୧୨୧ ଟଙ୍କା ପ୍ରତିଦିନ ହିସାବରେ ପାଖାପାଖି ୩୬୦୦ ଟଙ୍କା ମାସିକ ପ୍ରିମିୟମ୍ ରେ ଏହି ପ୍ଲାନ୍ ଆପଣଙ୍କୁ ମିଳିପାରେ । କିନ୍ତୁ ଯଦି ଆପଣ କମ୍ କିମ୍ବା ଅଧିକ ପ୍ରିମିୟମ୍ ଯଦି କରିବାକୁ ଚାହାଁନ୍ତି ତେବେ ମଧ୍ୟ କରିପାରିବେ । ଯଦି ପ୍ରତିଦିନ ୧୨୧ ଟଙ୍କା ଜମା କରୁଛନ୍ତି ତେବେ ୨୫ ବର୍ଷରେ ୨୭ ଲକ୍ଷ ଟଙ୍କା ଆପଣଙ୍କୁ ମିଳିବ । ଆଉ ଯଦି ପଲିସି ଅନ୍ତ ହେବା ପୂର୍ବରୁ ଆପଣଙ୍କ ମୃତ୍ୟୁ ଘଟିଯାଏ ତେବେ ପରିବାରକୁ ପ୍ରିମିୟମ୍ ଭରିବାକୁ ପଡିବ ନାହିଁ ଏବଂ ତାଙ୍କୁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ବି ଦିଆଯିବ । ଏହାଛଡା ୨୫ ବର୍ଷ ସମ୍ପୁର୍ଣ୍ଣ ହେବା ପରେ ପଲିସିର ନୋମିନିକୁ ୨୭ ଲକ୍ଷ ଟଙ୍କା ମିଳିବ ।
କେଉଁ ବୟସରେ ମିଳିବ ଏହି ପଲିସି :
ଏହି ପଲିସି ନେବା ପାଇଁ ନ୍ୟୁନତମ ବୟସ ୩୦ ହେବା ଦରକାର ଏବଂ କନ୍ୟା ବୟସ ୧ ବର୍ଷ ହେବା ଆବଶ୍ୟକ । ଏହି ପ୍ଲାନ୍ ୨୫ ବର୍ଷରେ ମିଳୁଥିବା ବେଳେ ପ୍ରିମିୟମ୍ ୨୨ ବର୍ଷ ଦେବାକୁ ପଡିବ ।
ପଲିସି ଉପରେ ଥରେ ନଜର ପକାନ୍ତୁ :
୨୨ ବର୍ଷ ପାଇଁ ପ୍ରିମିୟମ୍ ଦେବାକୁ ପଡିବ ।
ପ୍ରତିଦିନ ୧୨୧ ଟଙ୍କା କିମ୍ବା ମାସିକ ୩୬୦୦ ଟଙ୍କା ଦେବାକୁ ହେବ । ମଝିରେ ଯଦି ବୀମାଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ପରିବାରକୁ ପ୍ରିମିୟମ୍ ଭରିବା ପାଇଁ ପଡିବ ନାହିଁ ।
ଝିଅକୁ ପଲିସିର ଅନ୍ୟ ବର୍ଷରେ ବାର୍ଷିକ ୧ ଲକ୍ଷ ଟଙ୍କା ମିଳିବ ।
ପଲିସି ସମ୍ପୁର୍ଣ୍ଣ ହେବା ପରେ ନୋମିନିକୁ ମିଳିବ ୨୭ ଲକ୍ଷ ଟଙ୍କା ।
ଏହି ପଲିସି କମ୍ କିମ୍ବା ଅଧିକ ପ୍ରିମିୟମ୍ ର ମଧ୍ୟ ନେଇହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/lic-policy-1538365917-lb-630x420-1.jpg)
/kanak/media/post_attachments/wp-content/uploads/2018/12/lic-kanyadan-policy-768x512-1-300x200.jpg)
/kanak/media/post_attachments/wp-content/uploads/2018/12/indian-father-loving_4253851_835x547-m-300x197.jpg)