ଗୁଗଲ୍ ତରଫରୁ ପ୍ରସ୍ତୁତ କରାଯାଇଥିବା ଆଣ୍ଡ୍ରୋଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍ ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର କରାଯାଇଥାଏ । ଯଦି ଆପଣଙ୍କ ଫୋନରେ ମଧ୍ୟ ଆଣ୍ଡ୍ରୋଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍ ଅଛି ତେବେ ଏହି ଖବରକୁ ଧ୍ୟାନର ସହ ପଢନ୍ତୁ । ଆଣ୍ଡ୍ରୋଏଡର ଏତେ ସଂଖ୍ୟକ ୟୁଜର୍ସ ଥିଲେ ମଧ୍ୟ ଏହାର ପ୍ଲାଟଫର୍ମ ୟୁଜର୍ସଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ । ଗତ କିଛି ଦିନରେ ମଧ୍ୟ ଭାଇରସ୍ ପ୍ରସାରିତ କରୁଥିବାରୁ ଆଣ୍ଡ୍ରୋଏଡ୍ ପ୍ଲେ ଷ୍ଟୋରରୁ ୨୨ ଟି ଆପ୍ କୁ ହଟାଇଥିଲା । ପୁଣିଥରେ ସିକ୍ୟୁରିଟି ରିସର୍ଚ୍ଚରୁ ଜଣାପଡିଛି ଯେ ଶହ ଶହ ମୋବାଇଲ୍ ଆପ୍ ମାଲୱେୟାର୍ ଏବଂ ଏଡୱେୟର୍ ଲୁଚି ରହିଛି । ସିକ୍ୟୁରିଟି ଫର୍ମ ଚେକ୍ ପଇଣ୍ଟ୍ ଅନୁସାରେ ଏହି ଆପ୍ କୁ ୧୫ କୋଟିରୁ ଅଧିକ ଲୋକ ଗୁଗଲ୍ ପ୍ଲେ ଷ୍ଟୋରରୁ ଡାଉଲଲୋଡ୍ କରୁଛନ୍ତି ।
୨୦୦ ରୁ ଅଧିକ ଆପ୍ ପ୍ରଭାବିତ :
ମାଲୱେୟାର୍ ଡବଡ୍ ସିମବେଡ୍ ତରଫରୁ ଏଡ୍ ସର୍ଭିସିଙ୍ଗ୍ ପ୍ଲାଟଫର୍ମର ଫର୍ମାଟ୍ ରେ ୨୦୦ ରୁ ଅଧିକ ଆପ୍ ଉପରେ ପ୍ରଭାବ ପଡିଥାଏ । ସିକ୍ୟୁରିଟି ରିସର୍ଚ୍ଚରଙ୍କୁ ଜଣାପଡିଛି ଯେ ଏହି ଆପ୍ ଡେଭଲପ୍ କରିଥିବା ଡେଭଲପରଙ୍କୁ ମଧ୍ୟ ଜଣାନଥିବ ଯେ ଏଥିରେ କ’ଣ ଲୁଚି ରହିଛି । ଏହି ମାଲୱେୟାରରେ ଗୁଗଲର ସ୍କାନିଙ୍ଗ୍ ସିଷ୍ଟମ୍ କୁ ମଧ୍ୟ ଭୂଆଁ ବୁଲାଇବାର କ୍ଷମତା ରହିଛି । ଟେକ୍ କ୍ରଞ୍ଚ ର କହିବା ମୁତାବକ ଏହି ମାଲୱେୟାର୍ ଆପଣଙ୍କ ଫୋନରେ ଇନଷ୍ଟଲ୍ ହେବା ପରେ ଆପର ଆଇକନ୍ କୁ ମଧ୍ୟ ହଟାଇ ଦେଇଥାଏ ଏବଂ ଫୋନର ବାକଗ୍ରାଉଣ୍ଡରେ ମଧ୍ୟ ଚାଲିଥାଏ ।
ସିକ୍ୟୁରିଟି ରିସର୍ଚ୍ଚର ଦେଲେ ଗୁଗଲ୍ କୁ ଲିଷ୍ଟ :
କେବଳ ଏତିକି ନୁହଁ ମାଲୱେୟାର୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସର୍ଭରର ଇନଷ୍ଟ୍ରକସନ୍ ମିଳିବା ପରେ ବାକଗ୍ରାଉଣ୍ଡରେ ୱେବ୍ ଏଡ୍ରେସ୍ ରନ କରି ଆଡ୍ ଦେଖାଯାଇଥାଏ ଏବଂ ଭୁଲ୍ ତରିକାରେ ରେଭେନ୍ୟୁ ଜେନେରେଟ୍ କରା ଯାଇଥାଏ । ତେବେ ଏହି ଆପ୍ ଗୁଡିକ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । କିନ୍ତୁ ଏବେ ଯାଏଁ ଏହି ଆପ୍ କିଛି ୟୁଜର୍ସଙ୍କ ଫୋନରେ ମହଜୁତ୍ ହୋଇ ରହିଛି । ଏକ ରିପୋର୍ଟ ଅନୁସାରେ ଟପ୍ ୧୦ ଆପ୍ ଯାହା ୫୫ ଲକ୍ଷ ୟୁଜର୍ସଙ୍କ ମୋବାଇଲ୍ ରେ ରହିଛି । ଏଥିରେ ସ୍ନୋ ହେଭି ଏଳ୍ସାୱେଟର ସିମୁଲେଟର୍ , ହୋୱରବୋର୍ଡ ରେସିଙ୍ଗ୍ ଏବଂ ରିୟଲ୍ ଟ୍ରେକ୍ଟର ସିମୁଲେଟର୍ ଭଳି ପ୍ରମୁଖ ଆପ୍ ସାମିଲ୍ ହୋଇରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/Google-Virus.jpg)
/kanak/media/post_attachments/wp-content/uploads/2019/03/wqq-300x171.jpg)
/kanak/media/post_attachments/wp-content/uploads/2019/03/Android-warning-malware-Google-Play-apps-854529-300x178.jpg)