ବାରମ୍ବାର ଖାଇବା ତେଲକୁ ଗରମ କରି ଖାଉଛନ୍ତି କି ? ସାବଧାନ ଏଭଳି ଦୁଃସାଧ୍ୟ ରୋଗର ଶିକାର ହୋଇପାରନ୍ତି । 

Advertisment
ବାରମ୍ବାର ଖାଇବା ତେଲକୁ ଗରମ କରି ଖାଉଛନ୍ତି କି ? ସାବଧାନ ଏଭଳି ଦୁଃସାଧ୍ୟ ରୋଗର ଶିକାର ହୋଇପାରନ୍ତି । 

source:Shutterstock

ଆମେ ଘରେ ସାଧାରଣତଃ ଛଣାଛଣି କରିବା ପାଇଁ ତେଲ ବ୍ୟବହାର କରିଥାଉ ଏବଂ ତା’ସହିତ ଭିନ୍ନଭିନ୍ନ ତରକାରି ପାଇଁ ମଧ୍ୟ ତେଲ ବ୍ୟବହାର କରିଥାଉ। ବିଶେଷଜ୍ଞଙ୍କ ମତ ଅନୁସାରେ ଆମ ଭିତରେ ଏମିତି କମ୍ ଲୋକ ଅଛନ୍ତି, ଯେଉଁମାନେ ତେଲକୁ ଠିକ୍ ଭାବରେ ବ୍ୟବହାର କରନ୍ତି । ତେଲର ପ୍ରୟୋଗ ସମୟରେ ଆମେ ଅନେକ ପ୍ରକାର ଭୁଲ କରିଥାଉ। ଆମେ ବଳକା ରହିଯାଉଥିବା ତେଲକୁ ଆଉ ଥରେ ବ୍ୟବହାର କରିଥାଉ।publive-imageଯେତେବେଳେ ଆମେ ତେଲରେ କିଛି ଛାଣୁ, ତା’ ପରେ ବଳି ଯାଇଥିବା ତେଲକୁ ଫିଙ୍ଗିନଥାଉ। ଥରେ ବ୍ୟବହୃତ ତେଲକୁ ଆଉ ଥରେ ବ୍ୟବହାର କରିବା ଦ୍ୱାରା କ୍ୟାନସର ହେବାର ଆଶଙ୍କା ରହିଥାଏ। ତେଲ ଯେତେ ଥର ଗରମ ହୋଇଥାଏ, ସେତେଥର କ୍ୟାନସରର କାରକ ସୃଷ୍ଟି ହୋଇଥାଏ। ତେଣୁ ଅଧିକ ଥର ତେଲ ଗରମ ହେବା ଫଳରେ ଏହି କାରକର ଶକ୍ତି ବଢିଯାଇଥାଏ। ପ୍ରଥମେ ତେଲକୁ ଗରମ କରିବା ଫଳରେ ତେଲରୁ ଏକ ବାସ୍ନା ଆସିଥାଏ , ଯାହା ଆମେ ଜାଣିପାରୁ । କିନ୍ତୁ ଦ୍ୱିତୀୟ ଥର ଏହି ତେଲକୁ ଗରମ କଲେ ଏଭଳି ବାସ୍ନା ହୋଇନଥାଏ। ଏହି ତେଲକୁ ଖାଇବା ଦ୍ୱାରା କୀଟାଣୁ ଆମ ଶରୀରକୁ ଯାଇଥାଏ। କୋଲେଷ୍ଟରଲ ମଧ୍ୟ ବୃଦ୍ଧି ହୋଇଥାଏ। ଏସିଡିଟି ସମସ୍ୟା ମଧ୍ୟ ହୋଇଥାଏ। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ତେଲକୁ ଗରମ କରିବା ଦ୍ୱାରା ଏଚଏନ୍ଇ ନାମକ ତତ୍ତ୍ୱ ସୃଷ୍ଟି ହୋଇଥାଏ। ଯେତେ ଥର ଆମେ ତେଲକୁ ଗରମ କରୁ ସେତେ ଥର ଏହି ପଦାର୍ଥର ମାତ୍ରା ବଢିଥାଏ। ଏହି ପଦାର୍ଥ ତେଲକୁ ଏକ ପ୍ରକାର ଏସିଡରେ ପରିଣତ କରି ଦେଇଥାଏ। ଯଦି ଆପଣ ବ୍ୟବହାର କରୁଥିବା ତେଲ ଥରେ ବ୍ୟବହାର କଲାପରେ ଏହାର ରଙ୍ଗ ଅଧିକ ଗାଢ ହୋଇଯାଇଥାଏ, ତା’ହେଲେ ବ୍ୟବହାର କରନ୍ତୁ ନାହିଁ। ଯଦି କମ୍ ହୋଇଥାଏ , ତା’ହେଲେ ବ୍ୟବହାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe