କନକ ବ୍ୟୁରୋ : ମାଛ କରିଦେଲା କୋଟିପତି । ୧୨୧ଟି ମାଛର ମୂଲ୍ୟ ୨ କୋଟି । ଦୀଘା ସମୁଦ୍ର କୂଳରେ ୧୨୧ଟି ତେଲିଆ ଭୋଳା ମାଛ ଧରା ହେଲା ପରେ ନିଲାମରେ ପ୍ରାୟ ୨ କୋଟି ଟଙ୍କାରେ ବିକ୍ରି ହୋଇଛି । ଏପରିକି ନିଲାମ ବେଳେ ଗୋଟିଏ ଗୋଟିଏ ମାଛ ୬ ହଜାର ୭୫୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଅନ୍ୟ କେତୋଟି ମାଛ ଗୋଟାକୁ ସାଢ଼େ ୩ହଜାର ଟଙ୍କାରେ ବିକ୍ରି ହୋଇଛି । ଗତବର୍ଷ ଏହି ମୁହାଣରେ ୩୦ଟି ତେଲିଆ ଭୋଳା ମାଛ ଜାଲରେ ପଡ଼ିଥିବା ବେଳେ ଏଥର ବର୍ଷ ଆରମ୍ଭରୁ ଏତେ ସଂଖ୍ୟକ ମାଛ ଧରାପଡ଼ିଛି । ଏହାକୁ ନେଇ ମତ୍ସ୍ୟଜୀବୀ ଖୁସିଅଛନ୍ତି ।
ମାଛ କରିଦେଲା କୋଟିପତି । ୧୨୧ଟି ମାଛର ମୂଲ୍ୟ ୨ କୋଟି
/kanak/media/post_attachments/wp-content/uploads/2022/01/vlcsnap-2022-01-30-07h52m25s689.png)