କବାଡିଆକୁ ବିକ୍ରି ହେଲା ୧୨୧ ସିଟି ବସ୍ : ଶୀତ କାକରରେ ପଡି ଖତ ଖାଇବା ପରେ ଶାଗ ମାଛ ଦରରେ ନେଲା କୋଲକାତାର ସ୍କାର୍ପେଜ୍ ସଂସ୍ଥା

ମୋ ବସ୍ ଚାଲିବା ପରେ ରାଜଧାନୀ ରାସ୍ତାରୁ ଉଭାନ୍ ହୋଇଥିଲା ସିଟି ବସ୍ 

593

କନକ ବ୍ୟୁରୋ : ମୋ ସାଇକେଲ କବାଡିଖାନାରେ ବିକ୍ରି ହେବା ଘଟଣା ଥମି ନଥିବାବେଳେ ସମାନ ଢ଼ଙ୍ଗରେ ସିଟି ବସକୁ ବିକ୍ରି କରି ଦିଆଯାଇଛି । ବର୍ଷ ବର୍ଷ ଧରି ଖରା, ବର୍ଷାରେ ପଡି ଖତ ଖାଇବା ପରେ ଶେଷରେ କବାଡିଆକୁ ଶାଗମାଛ ଦରରେ ୧୨୧ ସିଟି ବସକୁ ବିକ୍ରି କରି ଦିଆଯାଇଛି । କୋଲକାତାର ଏକ ସ୍କ୍ରାପେଜ ସଂସ୍ଥାକୁ ଏସବୁ ବସକୁ ବିକ୍ରି କରାଯାଇଛି । ୨୦୧୦ରେ ଆରମ୍ଭ ହୋଇଥିଲା ସିଟି ବସ୍ ସେବା ।

ଜବାହାରଲାଲ ନେହରୁ ଜାତୀୟ ସହରାଂଚଳ ନବୀକରଣ ମିଶନ ଯୋଜନରେ ୧୨୫ଟି ବସ୍ କିଣାଯାଇଥିଲା ।  ପ୍ରାୟ ୨୨ କୋଟି ଟଙ୍କା ବିନିମୟରେ ବସ୍ କିଣା ଯାଇଥିଲା । ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ୍ ଘରୋଇ ସଂସ୍ଥା ଡ୍ରିମ ଟିମ୍ ସାହା ସହ ୭ବର୍ଷିଆ ଚୁକ୍ତି କରିଥିଲା । ଆଉ ୭ ବର୍ଷ ଚାଲିବା ପରେ ଗାଡି ଗୁଡିକ ଆଉ ଗଡି ନଥିଲା । ଗାଡି ଗୁଡିକୁ ପୋଖରିପୁଟ ଡିପୋରେ ପକାଇ ଦେଇଥିଲେ କର୍ତୁପକ୍ଷ ।