୧୨୦ ବର୍ଷରେ ଟିକା ନେଇ ସାରା ଗାଁକୁ ଦେଲେ ପ୍ରେରଣା । ସେନା ବି କଲା ସମ୍ମାନୀତ

288

କନକ ବ୍ୟୁରୋ : ବିଶେଷଜ୍ଞଙ୍କ ମତରେ କରୋନା ବିରୋଧି ଲଢେଇରେ ଜିତିବାକୁ ହେଲେ ଆମ ସମସ୍ତଙ୍କୁ ଟିକାଳ ନେବାକୁ ହେବ । ହେଲେ ଅନେକ କାରଣ ଦର୍ଶାଇ ଅନେକ ଲୋକ ଟିକା ନେବାକୁ ରାଜି ହେଉନଥିବା ବେଳେ ଜଣେ ୧୨୦ ବର୍ଷିୟା ବୃଦ୍ଧା ଟିକା ନେଇ ସାରା ଗାଁ କୁ ପ୍ରେରଣା ଦେଇଛନ୍ତି ।

ସୂଚନା ମୁତାବକ ଜମ୍ମୁ-କାଶ୍ମୀର ତହସିଲ ଅନ୍ତର୍ଗତ ଲଟ୍ଟୀ ଉପମଣ୍ଡଳ କଟିୟାସ ଗାଁରେ ରହୁଥିବା ୧୨୦ ବର୍ଷିୟ ବୃଦ୍ଧା ଢୋଲି ଦେବୀ ଟିକା ନେଇଛନ୍ତି । ମେ ୧୭ ତାରିଖ ଦିନ ଉଦ୍ଦମପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଢୋଲୀ ଦେବୀଙ୍କୁ ଟିକାକରଣ କେନ୍ଦ୍ରକୁ ଅଣାଯାଇ ଟିକା ଦିଆ ଯାଇଥିଲା । ଢୋଲୀ ଦେବୀ ଟିକା ନେବା ପରେ ସେନା ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଥିଲା ।

ଉତ୍ତର ସେନା କମାଣ୍ଡର ୱାଇ କେ ଯୋଷୀ ଏନେଇ ଢୋଲୀ ଦେବୀଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ କମାଣ୍ଡର ତାଙ୍କୁ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ଢୋଲୀ ଦେବୀଙ୍କ ସହ ତାଙ୍କ ପରିବାରର ସମସ୍ତ ଲୋକ ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏନେଇ ସେ କହିଛନ୍ତି କି ପୁରା ଗାଁକୁ ପ୍ରେରଣା ମିଳୁ କି କରୋନା ବିରୋଧୀ ଲଢେଇରେ ଟିକା ହିଁ ଅମୋଘ ଅସ୍ତ୍ର । ତେଣୁ କିଛି ନ ଭାବି ସମସ୍ତେ ଟିକା ନେବା ଆବଶ୍ୟକ ବୋଲି ଢୋଲୀଦେବୀ କହିଛନ୍ତି ।

ଟିକା ନେବା ପରେ ଢୋଲୀଦେବୀଙ୍କ ପରିବାର ଲୋକ କହିଛନ୍ତି କି ଟିକା ନେଇସାରିବା ପରେ ଆମ ଭିତରେ ଅତ୍ମ ବିଶ୍ୱାସ ବଢିଛି ଓ ଆମେ ଆଗଠାରୁୂ ଅଧିକ ସୁରକ୍ଷିତ ମନେ କରୁଛୁ । ଏହାସହ ସେ ଦେଶର ଜନସାଧାରଣଙ୍କୁ ଆଗେଇ ଆସି ଟିକା ନେବାକୁ ଅପିଲ କରିଛନ୍ତି ।

କହିରଖୁ କି ଏହା ପୂର୍ବରୁ ଏଭଳି ଏକ ଖବର ବି ସାମ୍ନାକୁ ଆସିଥିଲା । ସ୍ୱତନ୍ତ୍ର ସେନାନୀ ତଥା ଗାନ୍ଧୀବାଦୀ ହରୋହଲ୍ଲୀ ଶ୍ରୀନିବାସୟା ଦୋରେସ୍ୱାମୀ କେବଳ ୫ ଦିନରେ କରୋନାକୁ ହରାଇଥିଲେ । ଦୋରାସ୍ୱାମୀ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ୍ ଆସିଥିଲା । ହେଲେ ଗୋଟିଏ ସପ୍ତାହରୁ କମ୍ ସମୟ ଚିକିତ୍ସା ଭିତରେ ସେ ସମ୍ପୂର୍ଣ୍ଣ ସୁୂସ୍ଥ ହୋଇ ଘରକୁ ଫେରିଥିଲେ ।