୧୨୦ କେଜିର ଗଞ୍ଜେଇ ଜବତ । ୨ଗିରଫ

Advertisment
୧୨୦ କେଜିର ଗଞ୍ଜେଇ ଜବତ । ୨ଗିରଫ

କନକ ବ୍ୟୁରୋ : ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୁଲିସ । ୧୨୦କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୁଲିସ । ସମ୍ବଲପୁରରୁ ପଶ୍ଚିମବଙ୍ଗକୁ ଏକ କାର ଯୋଗେ ଗଞ୍ଜଇ ଚୋରା ଚାଲାଣ କରାଯାଉଥିବା ବେଳେ ଖବର ପାଇ ମୟୂରଭଞ୍ଜ ଯଶିପୁର ମୁଖ୍ୟ ବଜାର ଛକ ନିକଟରେ ଗାଡ଼ିଟିକୁ ଧରିଛି ପୁଲିସ । ଜବତ ଗଞ୍ଜଇର ଅନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ଆସିଫୁଲ ମଣ୍ଡଳ ଓ ଦୟାଲ ବିଶ୍ୱାସ । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଯଶିପୁର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe