ଏୟାର ଇଣ୍ଡିଆ ପାଇଁ ସଙ୍କଟ ବଢିଲା । ଏକାସଙ୍ଗରେ ଇସ୍ତଫା ଦେଲେ ୧୨୦ ଜଣ ପାଇଲଟ ।

Advertisment
ଏୟାର ଇଣ୍ଡିଆ ପାଇଁ ସଙ୍କଟ ବଢିଲା । ଏକାସଙ୍ଗରେ ଇସ୍ତଫା ଦେଲେ ୧୨୦ ଜଣ ପାଇଲଟ ।

ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଏୟାର ଇଣ୍ଡିଆ ପାଇଁ ପୁଣି ଖରାପ ଖବର ଆସିଛି। କମ୍ପାନୀର ପ୍ରାୟ ୧୨୦ ଜଣ ଏୟାରବସ ଏ-୩୨୦ ପାଇଲଟ ସମୂହ ଇସ୍ତଫା ଦେଇଛନ୍ତି । ଏହି ସବୁ ପାଇଲଟମାନେ ନିଜ ବେତନ ଓ ପଦୋନ୍ନତିକୁ ନେଇ ଖୁସି ନଥିଲେ । ପାଇଲଟମାନଙ୍କ କହିବା ମୁତାବକ ଏୟାର ଇଣ୍ଡିଆ ପକ୍ଷରୁ ସେମାନଙ୍କ ଦରମା ବଢ଼ାନଯିବା ସାଙ୍ଗକୁ ପଦୋନ୍ନତି ଦିଆଯାଉନଥିଲା ।

ବାରମ୍ବାର ସେମାନେ ଏ ନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କେହି ସେମାନଙ୍କ ଦାବି ବାବଦରେ ବିଚାର କରିନଥିଲେ । ତେଣୁ ସେମାନେ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ଖବର ଆସିଥିଲା ଯେ କେନ୍ଦ୍ର ସରକାର ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ସରକାର ନିଜର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ୭୬ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯୋଜନା ବି ପ୍ରସ୍ତୁତ କରିଥିଲେ ।

ତେବେ ଏୟାର ଇଣ୍ଡିଆର ଅଂଶଧନ କିଣିବାକୁ କୌଣସି କମ୍ପାନି ଆଗ୍ରହ ପ୍ରକାଶ କରିନଥିଲେ । ବର୍ତ୍ତମାନ ଏୟାର ଇଣ୍ଡିଆ ଉପରେ ତେଲ କମ୍ପାନୀର ୪୫୦୦ କୋଟି ଟଙ୍କାର ବକେୟା ଅର୍ଥ ବାକି ରହିଛି । କିଛି ଦିନ ତଳେ ଏୟାର ଇଣ୍ଡିଆର ଚେୟାରମ୍ୟାନ ଅଶ୍ୱିନୀ ଲୋହାନୀ କହିଥିଲେ ଯେ କମ୍ପାନୀକୁ ପ୍ରତି ମାସରେ ୩୦୦ କୋଟି ଟଙ୍କା କର୍ମଚାରୀଙ୍କୁ ଦରମା ଆକାରରେ ଦେବାକୁ ପଡିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe