କନକ ବ୍ୟୁରୋ: ପ୍ରଳୟଙ୍କରୀ ଭୂମିକମ୍ପରେ ଥରିଉଠିଲା ଆଫଗାନିସ୍ତାନ । ଏଥିରେ ୧୨୦ ଜଣଙ୍କର ମତ୍ୟୁ ହୋଇଥିବା ବେଳେ ପ୍ରାୟ ଏକ ହଜାରରୁ ଅଧିକ ଆହତ ହୋଇଛନ୍ତି । ପଶ୍ଚିମ ସହର ହେରାଟ ଠାରୁ ୪୦ କିଲୋମିଟର ଦୂରରେ ଏହି ଭୂମିକମ୍ପ ହୋଇଛି ।

Advertisment

ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬ ଦଶମିକ ୩ ରହିଥିଲା । କିଚି ମିନିଟ ଅନ୍ତରରେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପ ପରେ ଉଦ୍ଧାର କାମ ଆରମ୍ଭ ହୋଇଯାଇଥିଲା । ଏବେବି ଉଦ୍ଧାର କାମ ଚାଲିଛି । ଗତବର୍ଷ ଜୁନରେ ଆଫଗାନିସ୍ତାନରେ ପ୍ରଳୟଙ୍କରୀ ଭୂମିକମ୍ପରେ ପ୍ରାୟ ହଜାରେ ଲୋକଙ୍କ ଜୀବନ ଯାଇଥିଲା ।