୨୬\୧୧ ଆତଙ୍କୀ ଆକ୍ରମଣକୁ ପୁରିଲା ୧୨ ବର୍ଷ । ଅନ୍ଧାର ରାତିରେ ଆତଙ୍କ ରଚିଥିଲେ ଆତଙ୍କୀ, ସେଦିନର ସେ ନରସଂହାରକୁ ଭୁଲିପାରିନି ସାରା ଦେଶ ।

216

କନକ ବ୍ୟୁରୋ : ମୁମ୍ବାଇ ଆତଙ୍କୀ ଆକ୍ରମଣକୁ ଆଜି ପୂରିଛି ୧୨ ବର୍ଷ । ସେଦିନର ଆତଙ୍କୀଙ୍କ ନରସଂହାରକୁ ଭୁଲିପାରିନି ସାରା ଦେଶ । ଆତଙ୍କର ଶୀକାର ହୋଇଥିବା ନୀରିହ ଜନତା ଓ ସାହସର ସହ ଲଢ଼ି ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ମନେ ପକାଉଛି ସାରା ଦେଶ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୋଟ୍ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଶହରୁ ଅଧିକ ଆହତ ହୋଇଥିଲେ ।

ମୁମ୍ବାଇ ଆତଙ୍କୀ ଆକ୍ରମଣକୁ ପୂରିଲା ୧୨ ବର୍ଷ । ଆତଙ୍କୀଙ୍କ ନରସଂହାରକୁ ଭୁଲିପାରିନି ସାରା ଦେଶ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର କଳା କାହାଣୀ । ସାରାଦୁନିଆ ସେଦିନ ଦେଖିଥିଲା ପାକିସ୍ତାନ ଆତଙ୍କବାଦର ଅସଲ ଚେହେରା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ଏଭିତରେ ବିତିଯାଇଛି ୧୨ ବର୍ଷ । ଆତଙ୍କର ଶୀକାର ହୋଇଥିବା ନୀରିହ ଜନତା ଓ ସାହସର ସହ ଲଢ଼ି ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ମନେ ପକାଉଛି ସାରା ଦେଶ । ମୁମ୍ବାଇରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ଆତଙ୍କ ରଚିଥିଲେ ପାକିସ୍ତାନୀ ଆତଙ୍କବାଦୀ । ୪ ଦିନ ଧରି ଚାଲିଥିଲା ଆତଙ୍କର ତାଣ୍ଡବ । ଶେଷରେ ସୁରକ୍ଷାକର୍ମୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ପରେ ଆତଙ୍କୀଙ୍କୁ ନିପାତ କରାଯାଇଥିଲା ।

ପାକିସ୍ତାନର ୧୦ ଜଣ ଆତଙ୍କବାଦୀ ଜଳପଥରେ ମୁମ୍ବାଇ ପହଞ୍ଚିଥିଲେ । ଏସମସ୍ତେ ଥିଲେ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବାର ସଦସ୍ୟ । ଅନ୍ଧାର ରାତିରେ ଆରମ୍ଭ କରିଥିଲେ ଆତଙ୍କର କଳା କାରନାମା । ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ବର୍ବର ଆକ୍ରମଣ କରିଥିଲେ ଏହି କାପୁରୁଷମାନେ । ପ୍ରଥମେ ଆତଙ୍କୀଙ୍କ ଟାର୍ଗେଟ୍ ପାଲଟିଥିଲା ଛତ୍ରପତି ଶିବାଜି ଟର୍ମିନସ୍ । ଆଜମଲ୍ କସାବ ଓ ଇସମାଇଲ ଖାନ୍ ଆଖିବୁଜା ଗୁଳିଚାଳନା କରିଥିଲେ । ଟଳିପଡ଼ିଥିଲେ ୫୮ ଜଣ, ଶହେରୁ ଅଧିକ ଆହତ ହୋଇଥିଲେ । ଏହାପରେ କାମା ହସ୍ପିଟାଲ, ନରିମାନ ହାଉସ୍, ଲିଓପୋଲଡ୍ କାଫେ ଓ ତାଜ ହୋଟେଲ, ଓବରୟ-ଟ୍ରାଇଡେଂଟରେ ଆତଙ୍କ ରଚାଇଥିଲେ । ତାଜ୍ ହୋଟେଲରେ ଆତଙ୍କୀ ଆକ୍ରମଣରେ ୩୧ ଜଣଙ୍କ ଜୀବନ ଯାଇଥିଲା ବେଳେ ଓବରୟରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା । ତାଜ୍ ହୋଟେଲରେ ୩ ଦିନ ଧରି ଆତଙ୍କୀମାନେ ଲୁଚି ରହି ନରସଂହାର ଚଳାଇଥିଲେ ।

ଆତଙ୍କବାଦୀମାନେ ଅଲଗା ଅଲଗା ଦଳରେ ଭାଗ ହୋଇ ଗୋଟିଏ ପରେ ଗୋଟିଏ ଯାଗାକୁ ଟାର୍ଗେଟ୍ କରିଥିଲେ । ପ୍ରଥମେ ମୁମ୍ବାଇ ପୁଲିସ୍, ଏଟିଏସ୍ କାର୍ଯ୍ୟାନୁଷ୍ଠାନ ଅପରେସନ ଆରମ୍ଭ କରିଥିଲେ ଏନଏସଜି କମାଣ୍ଡୋ । ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୧୦ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ନିପାତ ହୋଇଥିଲେ ୯ ଜଣ । ଜୀବନ୍ତ ଅବସ୍ଥାରେ ଧରାପଡ଼ିଥିଲା ଅଜମଲ କସାବ । ୨୦୧୨ରେ କସାବକୁ ୟେରେୱାଡା ଜେଲରେ ଫାଶୀ ଦିଆଯାଇଥିଲା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୋଟ୍ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଶହରୁ ଅଧିକ ଆହତ ହୋଇଥିଲେ ।