ମଣିପୁରର ମଣି ! ବୟସ ବାର କିନ୍ତୁ ବୁଦ୍ଧି ବିଚକ୍ଷଣ , ମାତ୍ର ୧୨ ବର୍ଷ ବୟସରେ ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି ଏହି ଛାତ୍ର

Advertisment
ମଣିପୁରର ମଣି ! ବୟସ ବାର କିନ୍ତୁ ବୁଦ୍ଧି ବିଚକ୍ଷଣ , ମାତ୍ର ୧୨ ବର୍ଷ ବୟସରେ ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି ଏହି ଛାତ୍ର

ଆପଣ କେତେ ପ୍ରତିଭାଶାଳୀ ଏହାର ପ୍ରମାଣ ଆପଣଙ୍କର ବୟସରୁ ଅନୁମାନ କରାଯାଇପାରିବ ନାହିଁ । ଶୁଣିଲେ ଆଶ୍ଚର୍ୟ୍ୟ ହେବେ ନିଶ୍ଚୟ , ମାତ୍ର ୧୨ବର୍ଷ ବୟସରୁ ଜଣେ ଛାତ୍ର ଏବେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଛନ୍ତି । ଦେଖିବାକୁ ଗଲେ ୧୪ ରୁ ୧୫ ବର୍ଷ ପିଲା ୧୦ମ ପରୀକ୍ଷା ଦେଇଥାନ୍ତି । କିନ୍ତୁ ମଣିପୁରର ଚୁରାଚାଂଦପୁର ଜିଲ୍ଲାର କାଙ୍ଗବାଇ ଗାଁରେ ରହୁଥିବା ୧୨ ବର୍ଷ ବୟସର ଇସାକ ଫାଲୁନଗମୁନ ଭାଇପେଇଙ୍କୁ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ମିଳିଯାଇଛି । ଏହି ପରୀକ୍ଷା ଦେବା ପରେ ଇସାକ୍ ସବୁଠାରୁ କନିଷ୍ଠ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀ ଭାବେ ପରିଚିତ ହେବେ ।

ସୂଚନାଯୋଗ୍ୟ , ମାଉଣ୍ଟ ଅଲିଭ ବିଦ୍ୟାଳୟରରୁ ସେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ଏନେଇ ସେ ଅତ୍ୟନ୍ତ ଖୁସି ଏବଂ ଆଶ୍ଚର୍ୟ୍ୟ ଥିବା କଥା ଗଣମାଧ୍ୟମ ଆଗରେ କହିଛନ୍ତି। ଇସାକଙ୍କ ପିତା ଗତବର୍ଷ ଆବେଦନ କରି ତାଙ୍କ ପୁଅକୁ ମାଟ୍ରିକ ପରୀକ୍ଷା ଦେବାକୁ ଅନୁମତି ଦିଆଯାଉ ବୋଲି ଲିଖିତ ଆକାରରେ ଅଧିକାରୀଙ୍କୁ ଜଣାଇଥିଲେ । ଇସାକ୍ ଙ୍କ ବୟସ ୧୪ ବର୍ଷ ହୋଇଥିବା ବେଳେ ତାଙ୍କ ବୁଦ୍ଧିର ବୟସ ୧୭ ବର୍ଷ ୫ ମାସ ଅର୍ଥାତ୍ ତାଙ୍କ ବୟସ ତୁଳନାରେ ବୁଦ୍ଧିର ଦୁଇଗୁଣ ଅଧିକ ବିକଶିତ ହୋଇଛି । ପ୍ରଖର ବୁଦ୍ଧିର ଅଧିକାରୀ ଇସାକଙ୍କୁ ଏପ୍ରିଲ୍ ମାସରେ ୧୫ ବର୍ଷ ହେବ ଯାହା ଦଶମ ପରୀକ୍ଷାରେ ପ୍ରବେଶ ପାଇଁ ଉକୃଷ୍ଟ ତଥା ଅନିବାର୍ଯ୍ୟ ବୟସ । ଯେଉଁଠି ଅନ୍ୟ ପିଲାମାନେ ୧୫ କିମ୍ବା ୧୬ ବର୍ଷରେ ମାଟ୍ରିକ୍ ପରୀକ୍ଷା ଦେଇଥାନ୍ତି ସେଠାରେ ଇସାକଙ୍କ କ୍ଷେତ୍ରରେ ଓଲଟା ହିଁ ହୋଇଛି । ଇସାକ୍ କନିଷ୍ଠ ପରୀକ୍ଷାର୍ଥୀ ଭାବେ ଦଶମ ପରୀକ୍ଷା ଦେବାକୁ ଯାଉଛନ୍ତି । ଇସାକ୍ ଙ୍କ ସଫଳତାରେ ପିତା ଗର୍ବ ଅନୁଭବ କରିବା ସହ ଶିକ୍ଷା ବିଭାଗକୁ କୃତଜ୍ଞତା ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe